September 26, 2023

Times One Odia

Odia News Portal

ସୀମାରେ ଡ୍ରାଗନ୍ କରୁଛି ଷଡଯନ୍ତ୍ର: ପ୍ରଥମେ ଭାରତ ସୈନ୍ୟ ପଛକୁ ଘୁଂଚାଇବା ଉଚିତ

ଗତ ଜୁନ୍ ମାସରୁ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଅଧିକ ଉଗ୍ର ରୂପ ଧାରଣ କରିଛି । ଏହା ମଧ୍ୟରେ ଦୁଇ ଦେଶର ପ୍ରତିରକ୍ଷା କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି ।
ଉଭୟ ଦେଶ ବିବାଦୀୟ କ୍ଷେତ୍ରରୁ ପଛକୁ ହଟିବା ନେଇ ରାଜି ହୋଇଥିଲେ । ଏହାମଧ୍ୟରେ ଚୀନର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ସ ଦାବି କରିଛି ଯେ, ଭାରତ ନିଜ ଯବାନଙ୍କୁ ବେଆଇନ ଭାବେ ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳକୁ ପଠାଇଥିଲା । ତେଣୁ ଭାରତ ନିଜ ଯବାନଙ୍କୁ ପ୍ରଥମେ ହଟାଇବା ଉଚିତ । ଚୀନ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଅନୁସାରେ, ସୈନ୍ୟ ହଟାଇବା ନିଷ୍ପତ୍ତି ନିୟନ୍ତ୍ରଣ ରେଖା ଓ ସୀମା ପ୍ରସଙ୍ଗକୁ ନେଇ ଉପୁଜିଥିବା ସ୍ଥିତି ଉପରେ କିଛି ପ୍ରଭାବ ପକାଇବ ନାହିଁ । ଚୀନ ସେନା ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ରହିଛି । ଏହାସହ ଦେଶର ଅଖଣ୍ଡତାକୁ ମଧ୍ୟ ସୁରକ୍ଷିତ ରଖିବ ।ପୂର୍ବରୁ ଗ୍ଲୋବାଲ ଟାଇମ୍ସ ଭାରତୀୟ ଗଣମାଧ୍ୟମରେ ଆସିଥିବା ପ୍ୟାଙ୍ଗଙ୍ଗ୍ ହ୍ରଦ ଫିଙ୍ଗର୍ ୪ ଅଞ୍ଚଳରୁ ପଛକୁ ଚୀନ ହଟିବା ନେଇ ଖବରକୁ ଖଣ୍ଡନ କରିଥିଲା । ଗ୍ଲୋବାଲ ଟାଇମ୍ସ କହିଥିଲା ଯେ, ଭାରତ ଓ ଚୀନ ମଧ୍ୟରେ ସୈନ୍ୟ, ତୋପ, ଟ୍ୟାଙ୍କ୍ ଓ ଅସ୍ତ୍ରଶସ୍ତ ବାହକ ଯାନବାହାନକୁ ପଛକୁ ହଟାଇବା ନେଇ କୌଣସି ସହମତି ପ୍ରକାଶ ପାଇ ନାହିଁ । ଗଣମାଧ୍ୟମରେ ଖବର ଆସିଥିଲା ଯେ, ଭାରତ ଓ ଚୀନ ମଧ୍ୟରେ ଆଲୋଚନା ପରେ ଫିଙ୍ଗର ୮ ପଛକୁ ହଟିବେ ଚୀନ ସୈନ୍ୟ । ଏହାସହ ଭାରତୀୟ ଯବାନ ଫିଙ୍ଗର୍ ୨ରୁ ଫିଙ୍ଗର ୩ ମଧ୍ୟରେ ଥିବା ଧନସିଂ ଥାପ୍ପା ପୋଷ୍ଟର ପଛକୁ ଫେରିବେ । ଏହା ପର‌୍ୟ୍ୟା ୟ କ୍ରମେ ହେବ । ଫିଙ୍ଗର ୩ରୁ ଫିଙ୍ଗର ୮ ଯାଏଁ ବଫର ଜୋନ୍ ଘୋଷିତ ହେବ । ଏହି ଅଞ୍ଚଳକୁ କେହି ଯିବା ଆସିବା କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *