September 26, 2023

Times One Odia

Odia News Portal

ବାଲିଗୁଡ଼ାରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସେବା ସଂଗଠନ ବନବାସୀ ସେବା ସମିତି ପକ୍ଷରୁ ରେଡକ୍ରସ ଦ୍ଵାରା ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ଅ।ନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇ ଯାଇଛି । ବନବାସୀ ସେବା ସମିତି ସଂପାଦକ ଉତ୍ସବ ଜେନା ଙ୍କ ସଦ୍ଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଡ . ବିଭୁତି ଭୁଷଣ ଆଚାର୍ଯ୍ୟ, ଓ ମୁଖ୍ୟବକ୍ତା ଭାବେ ବନବାସୀ ସେବା ସମିତିର ସହ ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା ,ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷକ ଶକ୍କା ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ଭିନ୍ନ ଦୃଷ୍ଟିରେ ନ ଦେଖି ଆନ୍ତରିକତା ର ସହ ସହଯୋଗ କଲେ ସେମାନେ ସକ୍ଷମ ହୋଇ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ।
‘ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵଜିତ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *