September 26, 2023

Times One Odia

Odia News Portal

ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାନ କଲେ ପ୍ଲାଜମା। ଶନିବାର କରୋନା ଭାଇରସ୍‌ ମହାମାରୀରେ ଆକ୍ରାନ୍ତଙ୍କ ଲାଗି ସେ ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରେ ପହଂଚି ପ୍ଲାଜମା ଦାନ କରିଥିବା କଥା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ପୂର୍ବରୁ ପ୍ଲାଜମା ଦାନ କରିବା ନେଇ ସେ ଘୋଷଣା କରିଥିଲେ। କରୋନାରୁ ଆରୋଗ୍ୟ ହୋଇଥିବାରୁ ପ୍ଲାଜମା ଦାନ କରିଥିବା ସେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *