September 21, 2023

Times One Odia

Odia News Portal

ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ବିଡ଼ିଓ: ପ୍ରତିବାଦ ରେ ଲୋକେ ଦେଲେ ଧାରଣା

1 min read

ବାଲିଗୁଡା(ସୁନୀଲ ପଟ୍ଟନାୟକ): ଲୋକପ୍ରତିନିଧିଙ୍କୁ ବିଡ଼ିଓଙ୍କ ଅଣଦେଖା ପ୍ରତିବାଦରେ ଧାରଣାରେ ବସିଲେ ଲୋକ ପ୍ରତିନିଧିl ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ସମିତି ସଭ୍ୟ ସରପଞ୍ଚଙ୍କ କଥାକୁ ନଶୁଣି ନିଜ ଇଛାରେ କାମ କରିଛନ୍ତି ଓ ଲୋକ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତିl ଏମିତି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ଓ ଉପାଧ୍ୟାକ୍ଷା ମିନତୀ ସୁନା l ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ଦୁର୍ନୀତିଖୋର ଓ ଲାଞ୍ଚ ମନୋଭାବ ଯୋଗୁଁ ବ୍ଲକରେ ବିକାଶ ହୋଇପାରୁନି l ଆଦିବାସୀ ଓ ଦଳିତ ଗରିବ ଲୋକଙ୍କ ପ୍ରତି ଘୃଣାମନୋଭାବ ରହିଥିବା ଅଭିଯୋଗ ହେଉଛିl ସାତ ମାସ ପୂର୍ବରୁ ବଦଳି ସ୍ଵତ୍ତ୍ୱେ କେଉଁ କାରଣରୁ ଜ଼ିଲ୍ଲା ପ୍ରଶାସନ ବିଡିଓଙ୍କୁ ଘଣ୍ଟ ଘୋଡାଇ ରଖିଛି ବୋଲି ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଛନ୍ତିl ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ଅତିଶୀଘ୍ର ବଦଳି କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଓ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବ୍ଲକ ଅଧକ୍ଷ ସମେତ ସମସ୍ତ ପଂଚାୟତ ର ଲୋକ ପ୍ରତିନିଧି l

Leave a Reply

Your email address will not be published. Required fields are marked *