ନାବାଳିକା ଓ ନାବାଳକ ନିଖୋଜ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ଧାରଣା

ନବରଙ୍ଗପୁର(ରଵି ନାରାୟଣ ମହାନ୍ତି): ୨୦୧୬ ମସିହାରୁ ସରକାରୀ ଫାଇଲ ପ୍ରକାରେ ରାଜ୍ୟରେ ୫୦୫୦ ଜଣ ନାବାଳିକା ଓ ନାବାଳକ ନିଖୋଜ ଅଛନ୍ତି। ଏବେ ମଧ୍ୟ ନାବାଳିକା,ନାବାଳକ ନିଖୋଜ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।ଆଉ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ପରି ଭଳି ଅନେକ ନିଖୋଜ ପିଡ଼ିତା ଙ୍କ ପରିବାର ଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି।
ଏପରି ଅଭିଯୋଗ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଖୁବଶୀଘ୍ର ପରି କୁ ନ୍ୟାୟ ଦେବାପାଇଁ ଆଜି ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେଇ ଧାରଣାରେ ବସିଥିଲେ।