ଉଦଘାଟିତ ହେଲା ଖରିଫ ଚାଷ ପାଇଁ ଧାନ ମଣ୍ଡି ପ୍ରକ୍ରିୟା
1 min read
ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲାରେ ଆଜିଠୁ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇଯାଇଛି ଖରିଫ ଚାଷ ପାଇଁ ଧାନ ମଣ୍ଡି ପକ୍ରିୟା l ଚଳିତ ବର୍ଷ ଜିଲ୍ଲାରେ 30 ହଜାର 106 ଜଣ ଚାଷୀଙ୍କ ମଣ୍ଡିକାର୍ଡ ନବୀକରଣ ଏବଂ ପଞ୍ଜିକରଣ କରଣ କରିଛନ୍ତି l 13 ଟି ସମବାୟ ସମିତି ମାଧ୍ୟମରେ 55ଟି ମଣ୍ଡିକେନ୍ଦ୍ର ଖୋଲାଯିବା ସହ ପ୍ରଥମ ପର୍ଯ୍ୟାୟରେ 70ହଜାର 800 ସହ ମେଟ୍ରିକ ଟନ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି l କିନ୍ତୁ ଅନେକ ଚାଷୀଙ୍କ ମଣ୍ଡି କାର୍ଡ ନବୀକରଣ କିମ୍ବା ପଞ୍ଜିକରଣ ହୋଇ ନ ଥିବା ଚାଷୀ ମାନେ ଅସନ୍ତୁଷ୍ଟ ହୋଇଛନ୍ତି l
ଅପର ପକ୍ଷେ ଜିଲ୍ଲା ପ୍ରଶାସନ ମଣ୍ଡିରେ ଯେପରି କୌଣସି ଚାଷୀ ଅସୁବିଧାରେ ସମ୍ମୁଖୀନ ହେବେ ନାହି ତାହାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପ୍ରକାଶ କରିଛନ୍ତି।