September 28, 2023

Times One Odia

Odia News Portal

ଅକ୍ଟୋବର ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: କରୋନା କାଳରେ ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ଦ ବିଭିନ୍ନ ଶିକ୍ଷାନୁଷ୍ଠାନ ରହିଛି। କେନ୍ଦ୍ର ସରକାର ଅନଲକ ୫ ମାଧ୍ୟମରେ କିଛି ଗାଇଡଲାଇନର କୋହଳ କରିବା ପରେ କିଛି ରାଜ୍ୟ ସ୍କୁଲ, କଲେଜ ଖୋଲିବାକୁ ଉଦ୍ୟମ କରିଛନ୍ତି। ତେବେ ଶିକ୍ଷାନୁଷ୍ଠାନ ଖୋଲିବା, ନଖୋଲିବା ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ଉପରେ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ କରୋନା ସଂକ୍ରମଣରେ କୌଣସି ଆଖି ଦୃଷ୍ଟିଆ ପରିବର୍ତ୍ତନ ଆସି ନଥିବାରୁ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ନଖୋଲିବାକୁ କେଜରିଓ୍ବାଲ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆ ନିର୍ଦ୍ଦେଶ ଦେଇଛନ୍ତି କି ରାଜଧାନୀ ଦିଲ୍ଲୀରେ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ।
ପୂର୍ବରୁ ଦିଲ୍ଲୀ ସରକାର ୫ ଅକ୍ଟୋବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *