September 27, 2023

Times One Odia

Odia News Portal

ଦିଲ୍ଲୀ ଚଲୋ: ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଓ ବିକ୍ଷୋଭ

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଦିଲ୍ଲୀ ଚାଲ ଆଦୋଳନକୁ ସମର୍ଥନ ଜଣାଇ କନ୍ଧମାଳ ଜିଲ୍ଲାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶନିବାର ଫୁଲବାଣୀ ସ୍ଥିତ ମାଦି କୁନ୍ଦା ଛକଠାରେ ଧାରଣା ରେ ବସିବା ସହ କୁଷପୁତ୍ତଳୀ କା ଦାହ କରିଥିଲେ। ସଂଗଠନର ଜିଲ୍ଲା ସଂଯୋଜକ ଚାଣକ୍ୟ କହଁର ଓ ଜିଲ୍ଲା ପ୍ରଭାରୀ ସନ୍ତୋଷ ପାତ୍ର ପ୍ରମୁଖ କେନ୍ଦ୍ର ସରକାରଙ୍କ ନୂତନ କୃଷି ନିତୀର ଘୋର ବିରୋଧ କରିଥିଲେ।ଏହି ବିଲ ଦ୍ୱାରା କରପୋରେଟର ମାନେ କୃଷି କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବେ ବୋଲି ଅଭିଯୋଗ କରିଥିଲେ । ଯେପର୍ଯନ୍ତ ଏହି କଳା ବିଲ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହୋଇଛି ସେ ଯାଏ ଦିଲ୍ଲୀରୁ ପଲ୍ଲି ଯାଏ ଲଢେଇ ଜାରୀ ରହିବି ବୋଲି ଜିଲ୍ଲା ସଂଯୋଜକ ଚାଣକ୍ୟ କହର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା ଓ ସଦସ୍ୟ ଅଶୋକ ପ୍ରଧାନ, ଜଳନ୍ଧର କହଁର,ଅଚ୍ୟୁତ ଜାନୀ ,ଦ୍ଭାବିନ୍ଦ୍ର କହଁର, ଆନନ୍ଦ କହଁର, ସଞ୍ଜୟ ଜାନୀ, ରାଜୀବ କହଁର,ମହେନ୍ଦ୍ର କହଁର, ସଦା ନନ୍ଦ କହଁର,ଭୁଲେଶ୍ଵର ଭକ୍ତା ପ୍ରମୁଖ ନେତୃତ୍ଵ ନେଇଥିଲେ , I

Leave a Reply

Your email address will not be published. Required fields are marked *