September 28, 2023

Times One Odia

Odia News Portal

ମଦ ଦୋକାନ ଆଗରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠିପି ଖୋଲା ମଦ ଦୋକାନ ସମ୍ମୁଖରେ ତେଲ ଟ୍ୟାଙ୍କର ଧକ୍କାରେ ଯୁବକର ମୃତ୍ୟୁ। ଘଟଣାରୁ ଜଣାଯାଏ ଯେ ଅପରାହ୍ନ 4 ଟା ସମୟରେ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ମଦ ଦୋକାନ ସମୁଖରେ କେନ୍ଦ୍ରାପଡାରୁ କଟକ ଆସୁଥିବା ଏକ ତେଲ ଟ୍ୟାଙ୍କର ନିଶ୍ଚିନ୍ତକୋଇଲି ବଜାର ଅଭିମୁଖେ ଯାଉଥିବା ଏକ ପଲସର ମୋଟର ସାଇକେଲରେ ଯାଉଥିବା ଦୁଇ ବାଇକ ଆରୋହି ଙ୍କୁ ଧକା ଦେଇଥିଲା।ଫଳରେ ଘଟଣା ସ୍ଥଳରେ ବାଇକ ରେ ବସିଥିବା ସ୍ଥାନୀୟ ଅଞ୍ଚଳ କେନ୍ଦୁପାଟଣାର ଅଭିରାମ କାଣ୍ଡିଙ୍କ ପୁତ୍ର ମନୁଆ କାଣ୍ଡି ବୟସ 30 ମୃତ୍ୟୁ ବରଣ କରିଥିଲେ।ଫଳରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଯାଇଥିଲା। ପୋଲିସ ପହଂଚି ମୃତ ଶବ କୁ ନିକଟସ୍ତ ମେଡ଼ିକାଲ ରେ ଭର୍ତ୍ତି କରିବା ସଂଗେ ସଂଗେ ତେଲ ଟ୍ୟାଙ୍କର କୁ ନିଜ ହେପଜାତ ରେ ରଖିଛି।ଏହି ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *