September 21, 2023

Times One Odia

Odia News Portal

ଗ୍ରାମସେବକଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ(ସୁନୀଲ ପଟ୍ଟନାୟକ/ସୁବ୍ରତ ମହାନ୍ତି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କଲେଜ ସାମନା ବୁଦାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ଜଣେ ଗ୍ରାମସେବକ ବୋଲି ଜଣାପଡିଛି। ତାଙ୍କ ନାମ ବେଣୁଧର ପାତ୍ର। ଘର ଦାରିଙ୍ଗବାଡି ବ୍ଳକର ବୁଡ଼ାଗୁଡ଼ା ବୋଲି ଜଣାପଡିଛି। ବେଣୁଧର ଫିରିଙ୍ଗିଆ ବ୍ଳକରେ ଗ୍ରାମସେବକ ଥିଲେ। ହେଲେ ତାଙ୍କ ମୃତଦେହ କଲେଜ ସାମନା ବୁଦାକୁ କେମିତି ଆସିଲା ଜଣାପଡିନି। କେହି ହତ୍ୟା କରି ଶବକୁ ସେଠାରେ ରାତିରେ ଫୋପାଡି ଦେଇ କି ପଳାଇଛି ନା ଦୁର୍ଘଟଣାରେ ମୁତ୍ୟୁ ହୋଇଛି ଜଣାପଡିନି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତଦନ୍ତ ପରେ ମୃତ୍ୟର ପ୍ରକୃତ କାରଣ ଜଣାପଡିବ। ଗ୍ରାମ ସେବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *