September 26, 2023

Times One Odia

Odia News Portal

ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): ଫିରିଙ୍ଗିଆ ନୁଆଁପଦର ପନଚାୟତ ବିଲୁ ପଦର ଗାଁ ରେ ଜଣେ 50 ବର୍ଷ ର ବ୍ୟକ୍ତି ଙ୍କ ସନ୍ଦେହ ଜନକ ମୃତ୍ୟୁ। ଘଟଣା କୁ ଚାପି ବାକୁ ଚେଷ୍ଟା କରି ସବ ଦାହ କରିବାକୁ ଶବକୁ ମଶାଣୀକୁ ନେଇଥିବା ବେଳେ ମସାଣିରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ଫିରିଙ୍ଗିଆ ପୋଲିସ। ସେପଟେ ନିଜ ପୁଅ ହିଁ ନିଜ ବାପାକୁ ହତ୍ୟା କରିଥିବା ଗ୍ରାମ ଗ୍ରାମ ବସି ଅଭିଯୋଗ କରୁଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟତା ଜଣା ପଡିବ ବୋଲି ଫିରିଙ୍ଗିଆ ଥାନା ର ତଦନ୍ତ କରି ପୋଲିସ ଅଧିକାରୀ ପ୍ରଦୀପ କୁମାର ରାଉଳ ସୂଚନା ଦେଇଛନ୍ତି।

ତେବେ ମୃତ ବ୍ୟକ୍ତି ଜଣକ ବିଲୁପଦର ଗାଁ ର ଅନାଦି ମାଝୀ ହୋଇଥିବା ବେଳେ ଗ୍ରାମବାସୀଙ୍କ କହିବା ଅନୁସାରେ ହତ୍ୟା କରିଥିବା ବ୍ୟକ୍ତି ମୃତ ଅନାଦି ର ମଝିଆ ପୁଅ ସୁମନ୍ତ ମାଝୀ ବୋଲି ଜଣା ପଡିଛି। ଅନ୍ୟ ପଟେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ କିମ୍ବା ମୃତ ବ୍ୟକ୍ତି ଙ୍କ ପରିବାର ତରଫରୁ ରୁ ପୋଲିସ କୁ କିଛି ଲିଖିତ ଅଭିଯୋଗ କରା ଯାଇ ନଥିବାରୁ ବର୍ତମାନ ଯାଏ ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛି।

Leave a Reply

Your email address will not be published. Required fields are marked *