ଚାଷୀ ଦମ୍ପତିଙ୍କ ମୃତ୍ୟୁ
1 min read
ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅଞ୍ଚଳରେ ଏକ ଅଭାବ ନିୟ ଘଟଣା ଘଟିଛି ।11kvବିଦ୍ଯୁତ ଖୁଣ୍ଟ ର ଛିଡି ଥିବା ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତି ଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ପୁରୁଣା ବୁରୁପଡା ଗ୍ରାମ ର ସ୍ବାମୀ ହୀନ ସାମଲ ବୟସ (65) ଓ ବିଷ୍ଣୁ ସାମଲ ବୟସ (55)। ସୂଚନା ମୁତାବକ ଆଜି ସକାଳ ୪ ଘଣ୍ଟ ସମୟରେ ଫୁଲ କୋବି ତୋଳିବା ପାଇଁ ବିଲ କୁ ଯାଇଥିବା ବେଳେ ତାଙ୍କର ବିଲରେ ଠିଆ ହୋଇଥିବା ବିଦୂତ ଖୁଣ୍ଟ ର ଛିଡି ଥିବା ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ଖବର ପାଇ ପୁଅ ଗୌଡ ସାମଲ ଉଭୟ ଙ୍କୁ ଉଦ୍ଧାର କରି 108 ଆମ୍ବୁଲାଂସ ଯୋଗେ ହିଂଜିଳି ମେଡିକାଲ ନେଇଥିଲେ । ହେଲେ ଡାକ୍ତର କିନ୍ତୁ ସେଠି ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସକାଳୁ ସକାଳୁ ଏଭଳି ଏକ ଦୁଃଖ ଦ ଘଟଣା କୁ ନେଇ ସମଗ୍ର ହିଂଜିଳି ଅଞ୍ଚଳରେ ସୋକର ଛାୟା ଖେଳିଯାଇଥିବାର ସୂଚନା ମିଳିଛି ।