ଧାନ ବିଲରୁ ମୃତଦେହ ଉଦ୍ଧାର

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଧାନ ବିଲରୁ ବିବାହିତା ମହିଳା ଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର।ମୃତକା ସୁନିଲ୍ କୁମାର୍ ଦାସ୍ ଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ୍। ନିଶ୍ଚିନ୍ତକୋଇଲି ବ୍ଲକ ବରାଦ ଗାଁ ର ଘଟଣା। ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଘରୋଇ କଳି ରୁ ମୃତ୍ୟୁ ଘଟିଥିବା ସୂଚନା। ଲକ୍ଷ୍ମୀପ୍ରିୟା ନିଜେ ନିଜ ଦେହରେ ନିଆଁ ଲଗାଇଥିଲେ ନା ତାଙ୍କୁ କିଏ ନିଆଁ ଲଗାଇ ଦେଇଥିଲା ତାହା ଏବେ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ। ଏବେ ମୃତ ଦେହକୁ ସାଲେପୁର ପୋଲିସ ଧାନ ବିଲରେ ଜଗି ବସିଥିବା ବେଳେ ସ୍ବାମୀ ସୁନିଲ୍ ସାଲେପୁର ଥାନାରେ ଅଟକ ଅଛି। ଆସନ୍ତା କାଲି ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯିବ ବୋଲି ସାଲେପୁର ଥାନା ଅଧିକାରୀ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।