September 27, 2023

Times One Odia

Odia News Portal

ଜୁନାଗଡ଼(ରବି ଶଙ୍କର ସୁନାନୀ): ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ହୀରା ସାଗର ବନ୍ଧ ହୁଡ଼ାରେ ଥିବା ଏକ ଗଛରେ ଯୁବକଙ୍କ ଝୁଲନ୍ତା ଶବ ପୋଲିସ ଦ୍ୱାରା ଉଦ୍ଧାର କରାଯାଇଛି lସୂଚନା ଅନୁଯାୟୀ ହୀରା ସାଗର ବନ୍ଧ ହୁଡ଼ାରେ ଥିବା ଏକ ଗଛରେ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଯୁବକଙ୍କ ଶବ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ l

ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ହୋଇ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ମୃତ ଯୁବକ ଥୁଅମୂଳ ରାମପୁର ଥାନା ଅନ୍ତର୍ଗତ ପାନବସା ଗ୍ରାମର ବିପିନ ପାତ୍ର(୨୨) l ସେ ଦୀର୍ଘ ଦିନରୁ ଜୁନାଗଡ଼ ସହରରେ ମାଉସି ଘରେ ରହି ଦିନ ମଜୁରିଆ କାମ କରୁଥିଲେ l ଏନେଇ ଜୁନାଗଡ଼ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ଆତ୍ମହତ୍ୟା ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି l

Leave a Reply

Your email address will not be published. Required fields are marked *