September 26, 2023

Times One Odia

Odia News Portal

ପାଣିରେ ବୁଡି ଯୁବକ ମୃତ: 48 ଘଣ୍ଟା ପରେ ମୃତଦେହ ଉଦ୍ଧାର

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭ୍ରୁଙ୍ଗିଯୋଡି ପଞ୍ଚଯାତ ନିକଟରେ ଥିବା ବଇରୀକୁମ୍ପା ରାଜା ଡ୍ୟାମ ରେ ଗତ 13 ତାରିଖ ରବିବାର ଦିନ ଗାଧୋଇବାକୁ ଯାଇ ନିଖୋଜ ଥିବା ଯୁବକଙ୍କ ମୃତ ଦେହ ମଙ୍ଗଳବାର ଡ୍ୟାମ ରୁ ଉଦ୍ଧାର କରାଯାଇଛି. ତେବେ ମୃତ ଯୁବକ ଜଣକ ଭ୍ରୁଙ୍ଗିଯୋଡି ପଂଚାୟତ ନେଡ଼ିରହା ଗାଁ ର ସେପତେସ୍ୱର ଡିଗାଲ ବୋଲି ଜଣା ପଡିଛି. ତେବେ ମୃତ ବ୍ୟକ୍ତି ଜଣକ ଗତ ରବିବାର ଦିନ ତାଙ୍କ ଦୁଇ ଜଣ ସାଙ୍ଗ ଙ୍କ ସହ ଦିନ ଗୋଟାଏ ବେଳେ ଏହି ଡ୍ୟାମ କୁ ଗାଧୋଇ ବାକୁ ଯାଇଥିଲେ. ଗାଧୋଇବା ସମୟରେ ହଟାତ ପାଣି ଭିତରେ ବୁଡି ଯାଇ ନିଖୋଜ ହୋଇ ଯାଇ ଥିଲେ. ସାଙ୍ଗରେ ଥିବା ଦୁଇ ଜଣ ବନ୍ଧୁ ବହୁ ଖୋଜା ଖୋଜି କଲାପରେ ମଧ୍ୟ ଡ୍ୟାମ ଟି ଅଧିକ ଗଭୀର ଥିବାରୁ ମୃତ ବ୍ୟକ୍ତି ଙ୍କ ଖୋଜ ଖବର ପାଇ ନଥିଲେ. ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଫିରିଙ୍ଗିଆ ପୋଲିସ କୁ ଖବର ଦେବାରୁ ସ୍ଥାନୀୟ ପୋଲିସ ର ସହଯୋଗ ରେ ଫିରିଙ୍ଗିଆ ଦମକଳ ବାହିନୀ ସହାୟତାରେ ଦୀର୍ଘ 48 ଘଣ୍ଟା ପରେ ପାଣି ଭିତରୁ ମୃତ ଦେହ ଉଦ୍ଧାର କରାଯାଇଛି. ଅନ୍ୟପଟେ ଦମକଳ ବାହିନୀ ମୃତ ଦେହ ଉଦ୍ଧାର କଲାପରେ ଫିରିଙ୍ଗିଆ ପୋଲିସ ସବଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି.

Leave a Reply

Your email address will not be published. Required fields are marked *