ଫିକା ପଡିଲା ଦଶହରା ବଜ଼ାର

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକରେ ନିରାଡମ୍ବରରେ ଶେଷ ହୋଇଛି ଦଶହରା ବଜ଼ାର (ହାଟ)। କୋଭିଡ କଟକଣା ଯୋଗୁଁ ଉତ୍ସବକୁ ବନ୍ଦ କରାଯାଇ ସାଧାରଣ ଜନତାଙ୍କୁ ବିଜୟ ଦଶମୀରେ ଏବଂ ଦଶହରା ହାଟ ଆସିବାକୁ ବାରଣ କରା ଯାଇଥିଲା। ଡାବୁଗାଁ ଠାରେ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପାଳନ କରାଯାଇଛି ପୂଜା । କୋଭିଡ କଟକଣା ଯୋଗୁଁ କେବଳ ପୂଜାରୀ , ଶିରା ଓ ଦିଶାରୀ ଆସିବାକୁ ସୁଯୋଗ ଦିଆ ଯାଇଥିଲା । କେବଳ ପରମ୍ପରା ବଜାଇ ରଖିବା ପାଇଁ ସାମାଜିକ ଦୂତତା ବଜାଇ ରଖି ଲାଠି କୁର୍ଚି ଧରି ପାଳନ ହୋଇ ଯାଇଛି ଦଶହରା ବଜାର । ଏବର୍ଷ ସମ୍ପୂର୍ଣ୍ଣ ଫିକା ପଡିଯାଇଛି ଦଶହରା ବଜାର।