September 21, 2023

Times One Odia

Odia News Portal

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାପାଇଁ ଦାରିଙ୍ଗବାଡିରେ ଇକୋ ରିଟ୍ରିଟ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଓଡିଶାର କାଶ୍ଵୀର କୁହାଯାଉଥିବା କନ୍ଧମାଳ ର ଦାରିଙ୍ଗବାଡି ଏବେ ସଜେଇ ହେଉଛି।ଦାରିଙ୍ଗବାଡିର ଥଣ୍ଡା ଜଳବାୟୁ , ମନଲୋଭା ପରିବେଶ, ଘଞ୍ଚପାଇନ ଜଙ୍ଗଲ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ପ୍ରକୃତିରାଣୀ ର କୋଳରେ ନିଜକୁ ହଜାଇ ଦେବା ସହ ଥଣ୍ଡା ରମଜାନେବା ଲାଗି ପ୍ରତିବର୍ଷ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସିଥାନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ଦାରିଙ୍ଗବାଡିରେ ଇକୋରିଟ୍ରିଟ ପ୍ରକଳ୍ପ କରୁଛନ୍ତି । ଏହା ଆସନ୍ତା ୯ରୁ ଆରମ୍ଭ ହେବ। ଇକୋ ରିଟ୍ରିଟ ପ୍ରକଳ୍ପ କାର୍ଯ୍ୟ ଏବେ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭ ଉଦଘା ଟନ କରିବେ ।
ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ର ଆୟୋଜନ କରାଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଜମିରେ ତିଆରି କରାଯାଇଛି ୨୫ ଟି ବିଳାସପୂର୍ଣ୍ଣ ତମ୍ବୁ । ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାରିଙ୍ଗବାଡିକୁ ମିଶାଇ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ପ୍ରତିଷ୍ଠା କରାଯାଇଛି ।
ସେହିପରି କରୋନାକଟକଣା ପାଇଁ ଦୀର୍ଘ ୮ମାସ ହେଲା ବନ୍ଦ ଥିବା .କଫି ଗାର୍ଡେନ , ପ୍ରକୃତି ଉଦ୍ୟାନ, ପାର୍କ ଆଦିକୁ ସଫାସୁତୁର କରାଯିବା ସହ ଅଧିକ ରୁ ଅଧିକ ପର୍ଯ୍ୟଟକ ଯେପରି ଆରାମରେ ବୁଲାବୁଲି କରି ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥ।ଗ୍ରହଣ କରାଯାଇଛି।
ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ପ୍ରକଳ୍ପ ଦ୍ଵାରା ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଦ।ରିଙ୍ଗବାଡି ଆସିବେ। ଗୋଟିଏ ତମ୍ବୁରେ ଗୋଟିଏ ରାତି ସହ ଦୁଇ ଦିନପାଇଁ ୯ହଜାର ୪୪୦ ଟଙ୍କାର ପ୍ୟାକେଜ ରହିଛି।
ତେବେ କରୋନା କଟକଣା ସମୟରେ ସରକାରଙ୍କ ଇକେ।ରିଟ୍ରିଟ ପର୍ଯ୍ୟଟକମାନଙ୍କୁ କେତେ ଦୁର ଆକୃଷ୍ଟ କରିପାରୁଛି ତାହା ଦେଖିବାର କଥା।

Leave a Reply

Your email address will not be published. Required fields are marked *