ଦାଦନ ଦୁଃଖ: ଆନ୍ଧ୍ରରେ ଫସିଛନ୍ତି ୧୩ ଶ୍ରମିକ

ଝରୀଗାଁ(ଜ୍ୟୋତି ପ୍ରକାଶ ଦାସ): ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରୀଗାଁ ବ୍ଲକରେ ୧୦ ଜଣ ଏବଂ ଡାବୁଗାଁ ବ୍ଲକର ୩ ଜଣ ଶ୍ରମିକ ମିଳିତ ଭାବେ ଆନ୍ଦ୍ରପ୍ରଦେଶର ଏକ ଇଟା କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ସେଠାରେ ଏକାଥମୟ ଦୁର୍ଦ୍ଦର୍ସର ଶିକାର ହୋଇଆସୁଥିବାବେଳେ ଇଟାଭାଟି ମାଲିକ ପାଉଣା ନଦେଇ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଠିକ ଭାବେ ଖାଇବାକୁ ଦେଉନଥିବାର ଅଭିଯୋଗ କରି ସମସ୍ତ ୧୩ ଜଣ ଶ୍ରମିକଙ୍କୁ ଫୋନ ଯୋଗେ ନିଜ ନିଜ ପାରିବ ସଦସ୍ୟଙ୍କୁ ସେଠାରୁ ମୁକୁଳାଇବା ପାଇଁ ନିବେଦନ କରିଛନ୍ତି। ସୂଚନା ଅନୁସାରେ ଝରୀଗାଁ ବ୍ଲକ ସଦର ମହକୁମା କାରଶାହାଣ୍ଡି ଗାଁ ନିକଟବର୍ତ୍ତୀ ବାଡ଼ିଆଗୁଡା ଗାଁର ଶ୍ରମିକଙ୍କୁ ଦିନକୁ ୫୦୦ ଟଙ୍କା କହି ମଜୁରୀ ଲୋଭରେ ଘରୁ ଗୋଡ କଢ଼ାଇଥିଲେ। ଅନ୍ଦ୍ରାରେ ଫସିରହିଥିବା ଶ୍ରମିକଙ୍କୁ ଫୋନ ଯୋଗେ ଯୋଗ କରିବା ପରେ ସେମାନଙ୍କୁ ଅଧିକ ଅର୍ଥ ଲାଳସା ସହ ୧୫ ଦିନର କାମ ଥିବାର କହି ସମସ୍ତଙ୍କୁ ଏକାଠି କରି ଏକ ଅଟୋ ଯୋଗେ ନେଇଥିଲା। ସେଠାରେ ଅନ୍ୟ ଏକ ଦଲାଲ ବୋଲେରୋ ଗାଡ଼ିରେ ସମସ୍ତଙ୍କୁ ଅତ୍ୟାଚାର କରିଥିଲେ। ତେବେ ଘରକୁ ଫେରିବା ପାଇଁ କହିଲେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଅନ୍ୟପଟେ ସେଠାରେ ଫସିଥିବା ନାବାଳିକାଙ୍କ ଦେହ ଖରାପ ରହୁଥିବାବେଳେ କୌଣସି ଚିକିତ୍ସା ମିଳିପାରୁନାହିଁ।ନିଜ ନିଜ ପରିବାର ସଦସ୍ୟଙ୍କ ଦୁରବସ୍ଥା ଜାଣି ସମସ୍ତ ଦୁଃଖରେ ଭାଙ୍ଗି ପଡିଥିବାବେଳେ ପ୍ରଶାସନ ନିକଟରେ ଗୁହାରି ଜଣେଇଛନ୍ତି। ଅଭାବ ଅନାଟନ ମଧ୍ୟରେ ପୀଡିତ ଏହି ପରିବାର ବର୍ଗଙ୍କ ଗୁହାରି ପ୍ରତି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶ୍ରମ ଅଧିକାରୀ ଗୁରୁତର ସହ ଶ୍ରମିକଙ୍କୁ ଫେରାଇ ଆଣିବାର ବନ୍ଦବୋସ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଅଛି।