September 28, 2023

Times One Odia

Odia News Portal

କେଦାର ବ୍ରତ ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଞ୍ଚଳ

ଡାବୁଗାଁ(ଜି. ବିନୋଦ କୁମାର): କେଦାର ବ୍ରତ ପାଇଁ ଚଳ ଚଞ୍ଚଳ ଡାବୁଗାଁ ଅଂଚଳ । କୋଭିଡ଼ କଟକଣା ଯୋଗୁଁ ଏବର୍ଷ ଘରେ ଘରେ ପାଳିତ ହୋଇଯାଇଛି ଏହି ବ୍ରତ। କାର୍ତ୍ତିକ ମାସର ପୂର୍ଣ୍ଣିମା ଦିନ ପାଳିତ କରାଯାଏ ଯାହାର ନାମ  ହେଉଛି କେଦାର ବ୍ରତ। ଶିବଙ୍କ ଏହି ବ୍ରତ ହିନ୍ଦୁ ମହିଳାମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରିଥାନ୍ତି ।

ମହାଦେବ ଶିବଙ୍କ ପାଖରେ ମହିଳାମାନେ ନିଜ ସ୍ୱାମୀ ଓ ପୁଅ ମାନଙ୍କ ଦୀର୍ଘାୟୁ ପାଇଁ ପାଳନ କରିଥାନ୍ତି ଏହି ବ୍ରତ ।ବ୍ରତ ସରିବା ପରେ ମହିଳାମାନେ ପୂଜାକରିଥିବା  ବ୍ରତକୁ ନିଜ ହାତରେ ଧାରଣ କରିଥାନ୍ତି । ଏହି ବ୍ରତ ଧାରଣ  କଲେ ଘରେ ଧନ ସମ୍ପତ୍ତି ଓ ଶାନ୍ତି ଆସେ ଵୋଲି ବିଶ୍ୱାସ ରହିଛି । 

Leave a Reply

Your email address will not be published. Required fields are marked *