September 27, 2023

Times One Odia

Odia News Portal

କଂଗ୍ରେସର ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ବର: ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ କଂଗ୍ରେସ ମହସଚିବ କେ.ସି ଭେନୁଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ରବିବାର ସୂଚନା ଦେଇଛନ୍ତି। ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ କରାଯାଇଛି।

ଅନୁଗୁଳରୁ ବିପ୍ଳବ ଜେନା, ବଲାଙ୍ଗିରରୁ ଦିଲ୍ଲୀପ ବେହେରା, ବରଗଡ଼ରୁ ନିହାର ମହାନନ୍ଦ, ବାଲେଶ୍ବରରୁ ସଂଜୀବ ଗିରି, ଭଦ୍ରକରୁ ସୁବ୍ରତ ଦାସ, ଭୁବନେଶ୍ବରରୁ ବିଶ୍ବଜିତ ଦାଶ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସିଟିରୁ ଗିରିବାଳା ବେହେରା, ଦେବଗଡ଼ରୁ ଉମାଶଙ୍କର ସାହୁ, ଢ଼େଙ୍କାନାଳରୁ ସରୋଜ ପଟ୍ଟନାୟକ, ଗଞ୍ଜାମରୁ ରମେଶ ଜେନା । ଗଜପତିରୁ ଦାଶରଥୀ ଗମାଙ୍ଗୋ, ଜଗତସିଂପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ ରାଉତ, ଝାରସୁଗୁଡ଼ାରୁ ଭରତ ଅଓ୍ବସ୍ତି, କନ୍ଧମାଳରୁ ଅନାମ ନାୟକ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି। କେନ୍ଦୁଝରରୁ ବିପ୍ଳବ ମିଶ୍ର, ଖୋର୍ଦ୍ଧାରୁ ସୁରେଶ ରାଉତରାୟ, କୋରାପୁଟରୁ ମୀନାକ୍ଷୀ ବାହିନୀପତି।

Leave a Reply

Your email address will not be published. Required fields are marked *