ଆଞ୍ଚଳିକ ସମସ୍ୟା ସମାଧାନ ଦାବିରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆପଡା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇ ଯାଇଛି ।
ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଘାସିରାମ ମାଝୀ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିବାଦ ସଭାରେ କଂଗ୍ରେସ ର ଅନେକ ନେତା ଓ କର୍ମୀ ଉପସ୍ଥିତ ରହି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବିରୋଧରେ ଗର୍ଜୀ ଥିଲେ ।
ଅଞ୍ଚଳ ରେ ଜଳ ସେଚନ, ଶିକ୍ଷା,ସ୍ବାସ୍ଥ୍ୟ , ଗମନାଗମନ ଆଦି ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଗୋଷ୍ଠି ଉନ୍ନୟନ ଅଧିକାରୀ, କୋମନା ଙ୍କ ଜରିଆରେ ଏକ ୯ ଦଫା ଦାବି ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରା ଯାଇ ଥିଲା । ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ନ ହେବା ଯାଏ ବିରୋଧ ପ୍ରଦର୍ଶନ ଏବଂ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।