ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଓଡ଼ିଶାରେ ଦିନକୁଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନାବାଳିକା ନିଖୋଜ, ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ହତ୍ୟା ମଧ୍ୟ ବଢି ଚାଲିଥିବା ବେଳେ ପୁଲିସର ନିଷ୍କ୍ରିୟତା ଅପରାଧୀମାନଙ୍କୁ ଉତ୍ସାହିତ କରାଉଛି ବୋଲି ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ।
ଅଭିଯୁକ୍ତମାନଙ୍କୁ ଧରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସମ୍ପୂର୍ଣ୍ଣବିଫଳ ହୋଇଛି ପୋଲିସ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହବିଭାଗ ରହିଥିଲେ ମଧ୍ୟ ସେ ଧୃତରାଷ୍ଟ୍ର ସାଜି କିଛି ନ ଜାଣିବାର ଅଭିନୟ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇ ଏହାର ପ୍ରତିବାଦରେ ଓଡିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ମୟୁରଭଞ୍ଜଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।