ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
1 min read
ଦାରିଙ୍ଗବାଡି(ସୁଶାନ୍ତ ସାହୁ): କଂଗ୍ରେସ ଦଳର ସଦସ୍ୟଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଅନ୍ୟାନ୍ୟର ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ବସିଥିବା ବୈଠକରେ ଜିଲ୍ଲା ସଭାପତି ଅନାମ ନାୟକ ,ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ,ଜିଲ୍ଲା ପରିଷଦ ସନ୍ଧ୍ୟା ରାଣୀ ପ୍ରଧାନ ,ଦୀପିକା ମାଝୀ,କଂଗ୍ରେସ ର ବରିଷ୍ଠ ନେତା ଚକ୍ରଧର ମଲ୍ଲିକ,କାଟିଙ୍ଗିଆ ସମିତିସଭ୍ୟ କରଂସିଂ ନାୟକ,ପର୍ତମାହା ସମିତିସଭ୍ୟା ସୂର୍ଯ୍ୟ ପ୍ରଧାନ,ପୂର୍ବତନ ଚେୟାରମ୍ୟାନ ବକଲା ପ୍ରଧାନ,ଭାସ୍କର ଚନ୍ଦ୍ର ନାୟକ,ସୁରେନ୍ଦ୍ର କୁମାର ସାହୁ,ରାଜେନ୍ଦ୍ର କୁମାର ନାୟକ ,ସିକାବର୍ଗ ସରପଞ୍ଚ ଶ୍ୟାମଘନ ପ୍ରଧାନ,ପୂର୍ବତନ ଚେୟାରମ୍ୟାନ ଯୁନଶ ପ୍ରଧାନ,ଯୁଗେନ୍ଦ୍ର ପ୍ରଧାନ,ସୁବାସ ଚନ୍ଦ୍ର ଦିଗାଲ, ବିଦ୍ୟାଧର ମଲ୍ଲିକ ସନ୍ତୋଷ ପ୍ରଧାନ,ଏବଂ ବହୁ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ପୂର୍ବତନ ଗୁମିକିଆ ସରପଞ୍ଚ ସାରଙ୍ଗଧର ପ୍ରଧାନ ବିଜେଡି ଛାଡ଼ି କଂଗ୍ରେସ ରେ ସାମିଲ ହୋଇଛନ୍ତି।ସେହିଭଳି ଦାସିଙ୍ଗବାଡି ସମିତିସଭ୍ୟା ସେନ୍ତୁରିଆନ ନାୟକ ବିଜେଡି ଛାଡି କଂଗ୍ରେସ ରେ ସାମିଲ ହୋଇଛନ୍ତିl