September 28, 2023

Times One Odia

Odia News Portal

ବାର ବର୍ଷରେ ପଦାର୍ପଣ କଲା କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ରେ ଦୀର୍ଘ ବାର ବର୍ଷ ଧରି କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରଦାନ କରି ଆସୁଛି କେ.ଜି.ଏନ୍.ଟି କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ।
ଅତ୍ୟାଧୁନିକ ଲ୍ୟାବ, ଡିଜିଟାଲ ଶ୍ରେଣୀ ଗୃହ ସହିତ ଅଭିଜ୍ଞ ପ୍ରଶିକ୍ଷକ ଙ୍କ ଦ୍ଵାରା କମ୍ପ୍ୟୁଟର ପ୍ରଶିକ୍ଷଣ ଯୋଗାଇ ଦେବାରେ ଏହି ଅନୁଷ୍ଠାନ ଜିଲ୍ଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ।
ନୂଆପଡ଼ା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ନାମକୁ ମାତ୍ର ଫିଜ୍ ସଂଗ୍ରହ କରି ଅନେକ ଛାତ୍ର ଛାତ୍ରୀ ଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଇଛି ।
ଉକ୍ତ ଅନୁଷ୍ଠାନ ତରଫରୁ ନିଃଶୁଳ୍କ କମ୍ପ୍ୟୁଟର ତାଲିମ୍ ଗ୍ରହଣ କରି ଅନେକ ଛାତ୍ର ଛାତ୍ରୀ ସ୍ବାବଲମ୍ବୀ ହୋଇ ପାରିଛନ୍ତି ।

ଉକ୍ତ ଅନୁଷ୍ଠାନ ଦୀର୍ଘ ବାର ବର୍ଷ ଧରି ଜିଲ୍ଲାରେ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ର ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି ଅନୁଷ୍ଠାନ ର ନିର୍ଦ୍ଦେଶକ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *