September 21, 2023

Times One Odia

Odia News Portal

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସତର୍କ ବାର୍ତ୍ତା

ଭୁବନେଶ୍ୱର: ପାର୍ବଣ ଋତୁରେ କମୁଥିବା କରୋନା ଗ୍ରାଫ୍ ଯେମିତି ଊର୍ଦ୍ଧ୍ୱଗାମୀ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପରାମର୍ଶ ଦେଇଛନ୍ତି। ଏଥିସହ ସେ ରାଜ୍ୟବାସୀଙ୍କୁ ସତର୍କ ମଧ୍ୟ କରିଛନ୍ତି। ସେ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣ ବେଶ୍ ଭୟାନକ। ଏହାକୁ ହାଲୁକା ନେବା ଉଚିତ ନୁହେଁ। ୟୁରୋପୀୟ ଦେଶଗୁଡିକରେ କରୋନାର ପ୍ରକୋପ କମିବାରେ ଲାଗିଥିଲେ ହେଁ ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିପାଇଁ ସେହି ଦେଶଗୁଡ଼ିକ ପୁନର୍ବାର ଲକଡାଉନ ଓ ଶଟଡାଉନ ଲାଗୁ କରୁଛନ୍ତି। ଏହା ଆମ ପାଇଁ ସତର୍କ ଘଣ୍ଟି ସଦୃଶ। ତେଣୁ ଆମକୁ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ପ୍ରତି ସତର୍କ ରହିବାକୁ ପଡିବ।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ହେଲେ ନିକଟରେ ତାଙ୍କ ରାଜ୍ୟର ଓନମ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକମାନେ କୋଭିଡ ସମ୍ପର୍କରେ ଭୁଲିଯାଇଥିଲେ। ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିଲା। ତେଣୁ କେରଳରେ ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହି ଘଟଣାରୁ ଓଡ଼ିଶାବାସୀ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *