September 26, 2023

Times One Odia

Odia News Portal

ଦୁଇ ଯୁବକ ବନ୍ଧା ହେଲେ ଖୁଣ୍ଟରେ: ଜାଣନ୍ତୁ କାହିଁକି?

ମୟୂରଭଞ୍ଜ(ଅବିନାଶ ମହାନ୍ତି): ବାଇକରେ ଆସି ଛେଳି ଚୋରି କରୁଥିବା ବେଳେ ଧରାପଡି ଛେଞ୍ଚା ଖାଇଲେ ଦୁଇ ଯୁବକ। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେବ ମୋରଡା ଓ ରାସଗୋବିନ୍ଦପୁର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଖାସି ଛେଳି ଚୋରି ହେଉଥିବା ଅଭିଯୋଗ ହେଇ ଆସୁଥିଲା। ତେବେ ଆଜି ଦିନ ଦୁଇଟା ସମୟରେ ଝିଙ୍କିରିଆ, ବରକନ୍ଦ ଗାଁ ପାଖରେ ବୁଲୁଥିବା ଖାସି ଛେଳିକୁ ବାଇକରେ ଚୋରି କରି ନେଉଥିବା ବେଳେ ଗାଁ ଲୋକଙ୍କ ହାତରେ ଧରାପଡି ଉତ୍ତମ ମଧ୍ୟମ ଖାଇବା ସହିତ ଦୁଇ ଚୋରଙ୍କୁ ଖୁଣ୍ଟରେ ଦୌଡି ସହିତ ବାନ୍ଧି ମାଡ ମାରିବା ପରେ ରାସ୍ତା ଚଲାଇ ଚଲାଇ ନେଇଥିଲେ। ପରେ ସ୍ଥାନୀୟ ଲୋକମାନେ ମୋରଡା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ମେଡ଼ିକାଲ ନେଇଥିଲା। ଏହି ଦୁଇ ଜଣ ହେଲେ ବାଲେଶ୍ଵର ଜିଲ୍ଲା ନାବରା ର ମାନସ ରଞ୍ଜନ ଚାନ୍ଦ ଓ ଦିପକ କୁମାର ମହାନ୍ତି। ୧୭୪/୨୦ ରେ କେଶ ରୁଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *