September 26, 2023

Times One Odia

Odia News Portal

ନାବାଳିକା ନିର୍ବନ୍ଧକୁ ରୋକିଲା ପ୍ରଶାସନ

1 min read

କ. ନୂଆଗାଁ(କାଲି ଚରଣ ତ୍ରିପାଠୀ): କ.ନୂଆଗାଁ ଥାନା ଅନ୍ତର୍ଗତ କଞାମେଣ୍ଡି ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ଏକ ନାବାଳିକାଙ୍କ ନିର୍ବନ୍ଧକୁ ପ୍ରଶାସନ ଓ ଚାଇଲ୍ଡଲାଇନ୍ ତରଫରୁ ବନ୍ଦ କରାଯାଇଛି। ହେଲ୍ପଲାଇନ ନମ୍ବର ୧୦୯୮ ଖବର ପାଇବା ପରେ ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ କ.ନୂଆଗାଁ CDPO ଦ୍ରୋପତି କହଁର,ସୁପରଭାଇଜର ଜାନକୀ ବେହେରା ,ଚାଇଲ୍ଡଲାଇନ୍ ତରଫରୁ ଚିକୁନ୍ କୁମାର ପ୍ରଧାନ,ରାଜଲକ୍ଷ୍ମୀ ମହାଙ୍କୁଡ ଓ କ.ନୂଆଗାଁ ପୋଲିସ ଏକ ଟିମ୍ ସହ ଚଢଉ କରିଥିଲେ।

ପ୍ରମାଣପତ୍ର ଯାଞ୍ଚ କରିବା ସମୟରେ ନାବାଳିକାଙ୍କ ବୟସ ୧୬ ହୋଇଥିବା ଜଣାପଡ଼ିଛି। ପରେ ପରିବାର ଲୋକଙ୍କୁ ସଚେତନ କରାଇବା ସହ ଉପଯୁକ୍ତ ବୟସ ହେଲା ପରେ ବିବାହ କରିବେ ବୋଲି ସୂଚନା ଦେଇଥିଲେ। ତାପରେ କ.ନୂଆଗାଁ ଥାନାରେ ଏକ ଷ୍ଟେସନ ଡାଇରି ମଧ୍ୟ ଲେଖା ଜାଇଥିଲା।

Leave a Reply

Your email address will not be published. Required fields are marked *