ବଞ୍ଚିବା ପାଇଁ ସଂଗ୍ରାମ କରୁଛି ଦୁଇ ବର୍ଷର ଶିଶୁ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ସରକାର ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବାଲାଗି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା, ସ୍ଵାସ୍ଥ୍ୟ କଲ୍ଯାଣ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ହେଲେ ଏସବୁ ଯୋଜନାରେ ସୁଫଳ ଗ୍ରାମାଞ୍ଚଳରେ ଥିବା ଗରିବ ଗୁରୁବା ନିକଟରେ ପହଂଚି ପାରୁନି। ଫଳରେ ଅର୍ଥ ଅଭାବରୁ ଉନ୍ନତି ଚିକିତ୍ସା ସେବା ନ ପାଇଁ ଏବେ ଦୁଇ ବର୍ଷର ନିଷ୍ପାପ ଶିଶୁଟି ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ତାଲାରିମାହା ଗ୍ରାମରେ।
ଶେଜରେ ଦିନରାତି ସୋଇ ରହୁଛି। ନିଜେ ଛିଡା ହୋଇପାରୁନି କି ବସି ବି ପାରୁନି, କିଛି କଥାବି କହିପାରୁନି। ବେଳେ ବେଳେ ରାହାଧରି କାନ୍ଦୁଛି। ତାଲାରିମାହା ଗ୍ରାମର ମହାଜନ ଚନ୍ଦନ ଙ୍କ ଦୁଇ ବର୍ଷର ପୁଅ ରୁଷି ଚନ୍ଦନ ଜନ୍ମ ହେବା ବେଳେ ରୁଷି ଠିକ୍ ଠାକ୍ ଥିଲା, ତାପରେ କଣ ହେଲା କେଜାଣି ରୁଷି ର ହାତ ଗୋଡ଼ ସରୁ ହେଇଗଲା ଫଳରେ ସେ ଏବେ ଆଉ ଚାଲି ପାରୁନି କି ବସି ପାରୁନି। ସୋଇରହୁଛି ସବୁବେଳେ ତା ସାଙ୍ଗକୁ ମାନସିକ ବିକାର ଗ୍ରସ୍ତ ହୋଇପଡ଼ିଛ ଶିଶୁଟି। ଦିନମଜୁରି କରି ପରିବାର ପୋଷୁ ଥିବା ବାପା ମହାଜନଙ୍କ ପାଖରେ ଯାହାକିଛି ଟଙ୍କା ପଇସା ଥିଲା ସେସବୁ ପୁଅର ଚିକିତ୍ସାରେ ସରିଗଲା। ଏବେ ଆଉ ସମ୍ବଳ ବୋଲି କିଛି ନାହିଁ ତାଙ୍କର ପୁଅର ଏଭଲି ଅବସ୍ତା ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ରୁଷିର ବାପା ମା।
ରୁଷି ଜୀବନ ମରଣ ସହ ସଂଗ୍ରସ କରୁଥିବା ବେଳେ ତା ସାଙ୍ଗର ଛୁଆ ମାନେ ଏବେ ଚାଲିବୁଲି ଖେଳୁଛନ୍ତି ହେଲେ ରୁଷି ଶେଜରେ ପଡିରହିଥିବା ଦେଖି ବାପା ମା ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି ପୁଅର ଏଭଳି ଅବସ୍ଥା ଦେଖି ମାଁ ଆଖିରୁ ଲୁହ ସୁଖନି। ରୁଷିର ଉନ୍ନତି ଚିକିତ୍ସା ପାଇଁ ଗ୍ରାମ ବାସୀ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସରକାର ସହାୟତା ମିଳିଲେ ରୁଷି ସୁସ୍ଥ ହୋଇ ଯାଆନ୍ତା ବୋଲି କହିଛନ୍ତି ଗ୍ରାମବାସୀ। ସରକାର ଦୁଇ ବର୍ଷର ଏହି ନିଷ୍ପାପ ଶିଶୁଟିର ମାଗଣା ଚିକିତ୍ସା ବ୍ୟବସ୍ଥା କରାଇଦେଲେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା ମା ଙ୍କ ମୁହଁରେ ହଂସ ଫୁଟନ୍ତା।