ଛତୁଆ ବଣ୍ଟନରେ ଅନିୟମିତତା ନେଇ ତଦନ୍ତ କଲେ ସିଡିପିଓ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି/ଜି ବିନୋଦ କୁମାର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଵୋରିଗାଁ ପଞ୍ଚାୟତ ମେଣ୍ଡ୍ରା ଗ୍ରାମର ନିତିଆଗୁଡା ଗାଁରେ ଛତୁଆ ଵଣ୍ଟନ ନେଇ ଅନିୟମିତତା ନେଇ ଗାଁ ଲୋକଙ୍କ ଅଭିଯୋଗ ନେଇ ଏକ ଖବର କାଗଜରେ ପ୍ରକାଶିତ ପାଇଥିଲା। ନିମ୍ନମାନର ଛତୁଆ ବଣ୍ଟନକୁ ନେଇ ଜିଲ୍ଲା ଡିଏସ୍ଡବ୍ଲୁ ଡାବୁଗାଁ ବ୍ଲକ ସିଡିପିଓଙ୍କୁ ଏହାର ଵିଦ୍ଧିଵଧ ଭାଵେ ତଦନ୍ତ କରି ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ସିଡିପିଓ ଜମୁନା ଭତରା ଓ ସୁପରଭାଇଜର ସ୍ବର୍ନପ୍ରଭା ପଟ୍ଟନାୟକ ସମ୍ପୃକ୍ତ ଗାଁକୁ ଯାଇ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ଓ ମହିଳା ମାମାନଙ୍କୁ ଡାକି ଛତୁଆ ଵଣ୍ଟନ ଉପରେ ପଚାରି ବୁଝି ଥିଲେ। ଏଥିରେ ସ୍ଥାନୀୟ ମହିଳା ମାଁ ମାନେ ଅଙ୍ଗନଵାଡି କେନ୍ଦ୍ର ରେ ଆସୁଥିବା ଛତୁଆ, ସୁଜି ହାଲୱ।, ବାଦାମ ଲଡୁ, ଅଣ୍ଡା ଓ ଚାଉଳ ସବୁ ସାମାଗ୍ରୀ ଠିକ୍ ଥିବା ସହିତ ପ୍ରତ୍ୟେକ ଦିନ ନିୟମିତ ପାଉଥିବା ଜଣାଇଥିଲେ। ଆମ୍ଭେମାନେ କାହା ଆଗରେ କିଛି ଅଭିଯୋଗ କରିନଥିଲୁ। କିନ୍ତୁ ଜଣେ ବ୍ୟକ୍ତି ଆମକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଡ଼ାକି ଆମମାନଙ୍କର ଫଟୋ କାଢି ନେଇଥିବା ପ୍ରକାଶ କରିଛନ୍ତି। ଖବରକାଗଜ ରେ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ତାହା ମିଥ୍ୟା ଅଟେ ବୋଲି ସିଡିପିଓ ଯମୁନା ଭତରା ପ୍ରକାଶ କରିଛନ୍ତି।