ଛତୁ ଚାଷ ତାଲିମ ଶିବିର ଉଦଯାପିତ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି/ ଜି ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଚାରଗାଁ ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନ ଆନୁକୁଲ୍ୟରେ ଡାବୁଗାଁ ବନ ବିଭାଗ ସହଯୋଗରେ ସ୍ଵୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ୧୦ ଦିନିଆ ଛତୁ ଚାଷ ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନାଜୀ ରାଓସୋ ଯୋଗ ଦେଇ ଏସଏଚଜି ସଭ୍ୟା ମାନେ ଛତୁ ଚାଷ କରି ଲାଭବାନ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵରୋଜଗାର ସଂସ୍ଥାନରୁ ପ୍ରଶିକ୍ଷକ ଭାବେ ଅକ୍ଷୟ କୁମାର ସ୍ଵାଇଁ ଙ୍କ ତତ୍ଵାବଧାନରେ ରାଜକିଶୋର ପଟ୍ଟନାୟକ, ନିର୍ମଳ ମିଶ୍ର ଓ ସୁମନ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ବିକାଶ ସଂଗଠନ ଝରିଗାଁ ବିଧାୟକ ପ୍ରତିନିଧି ରାମଧର ମାଝୀ, ଧାମନାଗୁଡା ସରପଞ୍ଚ ସୁନାମଣି ମାଝୀ, ବନ ସୁରକ୍ଷା ସମିତି ସଭାପତି ସନସାଇ ମାଝୀ, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ,ଡାବୁଗାଁ ଵନପାାଳ ଲକ୍ଷ୍ମିକାନ୍ତ୍ତ ସାହୁ, ମଇଦଲପୁର ଵନପାଳ ଉମାକାନ୍ତ ପଟ୍ଟନାୟକ ଓ ଜଟାବାଲ ବନପାଳ ରାମଚନ୍ଦ୍ର ଜାନୀ, ସମସ୍ତ ବନରକ୍ଷୀ ମାନେ ଉପସ୍ଥିତ ଥିଲେ। ଏଥିରେ ଚାରଗାଁ ବନ ସୁରକ୍ଷା ସମିତି କୁ ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବେ ମନୋନୀତ କରାଯାଇ ବନଖଣ୍ଡ ଅଧିକାରୀ ଏକ ଟ୍ରଫି ପ୍ରଦାନ କରିବା ସହ ୪୫ ଜଣ ହିତାଧିକାରୀ ଙ୍କୁ ୪ ଟି ଲେଖାଏଁ କଡକନାଥ କୁକୁଡା ଚିଆଁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଦଳପତି କୃପାଦାସ ମହୁରିଆ ଓ ଉନ୍ନୟନ ଅଧିକାରୀ ହରିହର ନାୟକ ପରିଚାଳନା କରିଥିଲେ।