September 28, 2023

Times One Odia

Odia News Portal

ଅଵ୍ୟବସ୍ଥାରେ ଛାତ୍ରୀ ନିବାସ: ଚାରି ବର୍ଷ ହେଲା ନାହାନ୍ତି ସୁପରିଟେଣ୍ଡ

1 min read

ବାଲିଗୁଡ଼ା(ପ୍ରମୋଦ ଦଣ୍ଡସେନା): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ଗିରିଜନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲଙ୍କ ମନମାନୀ ଦିନକୁ ଦିନ ବୃଦ୍ଧି ପାଉଛି l ସ୍କୁଲ ଠାରୁ ମାତ୍ର 300 ମିଟର ଦୂରବର୍ତ୍ତୀ କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ପଢ଼ୁଥିବା 15ଜଣ ଆଦିବାସୀ ଛାତ୍ରୀଙ୍କୁ ମିଳୁନି ହଷ୍ଟେଲ ସୁବିଧା l ରୁତୁଙ୍ଗିଆ ପଞ୍ଚାୟତର ଉପାନ୍ତ ତରସେଲ ଅସବିଶ ଡଡିମାହା ବାଦୁଙ୍ଗିଆ ଉହାକିଆ ସ୍ରାମ୍ବୁକିଆର ଆଦିବାସୀ ଛାତ୍ରୀ ପାଠ ପଢିବା ପାଇଁ ଜଙ୍ଗଲୀ ପାହାଡି ରାସ୍ତା ଅତିକ୍ରମ କରି କଟ୍ରିକିଆ ଆବାସ ବିଦ୍ୟାଳୟକୁ ଆସନ୍ତି l କଟ୍ରିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକାଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନାହିଁ l

ଗିରିଜନ ଉଚ୍ଚ ବିଦ୍ୟାଳୟରେ ଶହେ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ରହିଛି କିନ୍ତୁ ପ୍ରଧାନ ଶିକ୍ଷକ ସୁବାଷ ଛାତ୍ରୀ ମାନଙ୍କ ଆବେଦନକୁ ଗାଇଡ଼ଲାଇନର ଆଳ ଦେଖାଇ ନାକଚ କରିଛନ୍ତି ଏହାକୁ ନେଇ ରୁତୁଙ୍ଗିଆ ସରପଞ୍ଚଙ୍କ ସମେତ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଛାତ୍ରୀ ମାନଙ୍କ ମଧ୍ଯରେ ତିନିଜଣ ପିତୃମାତୃ ହୀନ ଓ ଅନେକ ଗରିବ ଛାତ୍ରୀ ଥିବାବେଳେ ପ୍ରଧାନ ଶିକ୍ଷକ କେଉଁ ଗାଇଡ଼ଲାଇନ ଅନୁସରଣ କରିଛନ୍ତି ସେନେଇ ନା ନା ପ୍ରଶ୍ନବାଚୀ ସୃଷ୍ଟିହୋଇଛି l ଏନେଇ ଅଭିଭାବକ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ତ୍ରିପାଠୀ 10 ଜଣ ଅତି ଗରିବ ଓ ପିତୃମାତୃହୀନ ଛାତ୍ରୀଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ରେକମେଣ୍ଟ କରିଥିଲେ କିନ୍ତୁ ଶିକ୍ଷା ଅଧିକାରୀଙ୍କ କଥା ବି ଶୁଣୁନାହାନ୍ତି ପ୍ରଧାନ ଶିକ୍ଷକ l କଟ୍ରିକିଆ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ଆକ୍ରୋଶ ମୂଳକ ଭାବରେ ହଷ୍ଟେଲ ସୁବିଧା ମିଳୁନଥିବାରୁ ଅଭିଭାବକ ଗ୍ରାମବାସୀ ଓ ସରପଞ୍ଚ ନନ୍ଦକିଶୋର ପ୍ରଧାନ ପିଲାଙ୍କୁ ହଷ୍ଟେଲ ସୁବିଧା ଯୋଗାଇଦେବା ପାଇଁ ଜ଼ିଲ୍ଲାପ୍ରଶାସନକୁ ନିବେଦନ କରିଛନ୍ତି l ସୂଚନାଯୋଗ୍ୟଯେ ପ୍ରଧାନଶିକ୍ଷକଙ୍କ ଅବହେଳା ଯୋଗୁଁ ଦୁଇବର୍ଷ ତଳେ ସାତଜଣ ଛାତ୍ରୀ ଡ୍ରପ ଆଉଟ ହୋଇଥିଲେ l

ହଷ୍ଟେଲର ଅବ୍ୟବସ୍ଥା ଓ ମହିଳା ସୁପରିଟେଣ୍ଡ ନ ଥିବାରୁ ହଷ୍ଟେଲ କି ଭଳି ଚାଲୁଥିବ ସହଜେ ଅନୁମେୟ l ଏନେଇ ପ୍ରଧାନ ଶିକ୍ଷକ ସାମଲ ଦୋ ମୁହାଁ କଥା କହୁଥିବା କହିଛନ୍ତି ଅଭିଭାବକ କେତେବେଳେ ଡି ଡବ୍ଲୁ ଓ ମନା କରିଛନ୍ତି ତ ଆଉ କେତେବେଳେ ଶିକ୍ଷା କମିଟି ମନା କରିଛନ୍ତି ବୋଲି ପ୍ରକୃତରେ କିଏ କେଉଁ କାରଣରୁ ପିଲାଙ୍କୁ ହଷ୍ଟେଲ ସୁବିଧାରୁ ବଞ୍ଚିତ କରାଯାଇଛି କେଉଁ ଅଫିସରଙ୍କ ଅଦୃଶ୍ୟଶକ୍ତି ଶିକ୍ଷକଙ୍କ ମୁଣ୍ଡ ଉପରେ ଅଛି ତେଣୁ ପ୍ରଧାନ ଶିକ୍ଷକ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି ତାହା ତ ତଦନ୍ତ ସାପେକ୍ଷା ଏହାକୁ ନେଇ କୁଇ ସମାଜର ସମ୍ପାଦକ ଲମ୍ବୋଦର କହଁର ଉଦବେଗ ପ୍ରକାଶ କରିଛନ୍ତି l ଏନେଇ ପ୍ରଧାନ ଶିକ୍ଷକ ସାମଲଙ୍କୁ ପଚାରିବାରୁ ଗାଇଡ଼ଲାଇନ ବାହାରେ ହୋଇଥିବାରୁ ପିଲାଙ୍କୁ ହଷ୍ଟେଲରେ ଆଡ଼ମିସନ ଦିଆଯାଇ ନାହିଁ ଡବ୍ଲୁ ଇ ଚ୍ୟାରମେନ ବିଭୀଷଣ ଭୋଇଙ୍କୁ ପଚାରିବାରୁ କ୍ୟାମେରା ସାମନାରେ କହିବାକୁ ମନା କରିଦେଇଛନ୍ତି ଦେଢ଼ କିଲୋମିଟର ରାସ୍ତା ହୋଇଥିବାରୁ ସ୍କୁଲ ଯିବା ଆସିବା କରିବାକୁ ଅସୁବିଧା ହେବ ବୋଲି କହିଛନ୍ତି l ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ଠାରୁ ଗିରିଜନ ହଷ୍ଟେଲର ଦୂରତା 300 ମିଟର ରାସ୍ତାକୁ ତିନି କିଲୋମିଟର ଓ ଦେଢ଼ କିଲୋମିଟର ରାସ୍ତା କୁହାଯାଉଛି ମାସକୁ ଡବ୍ଲୁଇଓ କେତେଥର ପରିଦର୍ଶନରେ ଯାଉଛନ୍ତି ତାହା ସହଜେ ଅନୁମେୟ l ଏ ଡି ଡବ୍ଲୁ ଓ ଜଗତ ବଗର୍ତ୍ତୀ ରୁତୁଙ୍ଗିଆ ଯାଇ ତଦନ୍ତ କରି ଫେରିଛନ୍ତି କିନ୍ତୁ ପ୍ରତିକ୍ରିୟା ଦେବାକୁ ମନାକରିଛନ୍ତି ବାଲିଗୁଡା ଉପ ଜ଼ିଲ୍ଲାପାଳ ଶୁଭଙ୍କର ମହାପାତ୍ର ଏହାର ପୁନଃ ତଦନ୍ତ କରିବେ ବୋଲି କହୁଛନ୍ତି l

ରୁତୁଙ୍ଗିଆ ଗିରିଜନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଅସାଧୁ ମେଣ୍ଟ କୁ ବ୍ଲକ ଅଧକ୍ଷ ପ୍ରମୋଦ କୁମାର ମଲିକ ତୀବ୍ର ନିନ୍ଦା କରିଛନ୍ତି ତୁରନ୍ତ 15 ଜଣ ଗରିବ ଆଦିବାସୀ ଛାତ୍ରୀଙ୍କୁ ନିଜ ପଞ୍ଚାୟତରେ ଥିବା ଛାତ୍ରୀ ନିବାସରେ ଭର୍ତ୍ତି କରିବା ସହିତ ମହିଳା ସୁପାରୀଟେଣ୍ଡ ନିଯୁକ୍ତି ପାଇଁ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *