ଶେଷରେ ହାର ମାନିଲା ଛତିଶଗଡ
1 min read
ନବରଙ୍ଗପୁର(ରବିନାରାୟଣ ମହାନ୍ତି): ଶେଷ ରେ ନିଜ ଭୁଲ୍ ସ୍ବୀକାର କରି ଓଡ଼ିଶା ଆଗରେ ହାର ମାନିଲା ଛତିଶଗଡ ପ୍ରଶାସନ। ଓଡିଶା ଧାନ ଜଗିବାକୁ ବାହନା କରି ଓଡ଼ିଶା ସୀମା ଭିତରକୁ ଧସେଇ ପଶିଥିଲେ ଛତିଶଗଡ ର ଦେଓଭୋଗ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ର ଖପରାଡ଼ିହି ଗ୍ରାମ ଭିତରକୁ ପଶି ବସାଇଥିଲେ ଅସ୍ଥାୟୀ ଗେଟ୍ । ଧାନ ଜଗିବା ବାହନା ରେ ଓଡ଼ିଶା ଭିତରକୁ କରିଥିଲା ହୀନ ଚକ୍ରାନ୍ତ । ଗ୍ରାମବାସୀ ଏହାର ବିରୋଧ କାଟିବା ସହ ଗେଟ୍ କୁ ହଟାଇବା ପାଇଁ ଦାବି କରିଥିଲେ । ଘଟଣା ସମ୍ପର୍କରେ Time One Odia ରେ ପ୍ରସାରଣ ପରେ ତତ୍ପରତା ଦେଖେଇଲା ଚାନ୍ଦା ହାଣ୍ଡି ପ୍ରଶାସନ । ତହସିଲଦାର ହୃଦାନନ୍ଦ ସିଂ ମାଝି ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଜମି ମାପ୍ ଜୁପ୍ କରିଥିଲେ । ଶିକୁଳି ପକାଇ ମାପ ଜୁପ୍ କରିବା ବେଳେ ଫାଟକ ହୋଇଥିବା ଉକ୍ତ ସ୍ଥାନଟି ଓଡିଶା ଅଞ୍ଚଳର ଏବଂ ନଦୀ ପର୍ଯ୍ୟନ୍ତ ଓଡିଶା ଜାଗା ରହିଥିବା ର ଜଣାପଡିଥିଲା ।
ଖପରାଡିହି ଗ୍ରାମ ସୀମାରେ ଛତିଶଗଡ ର ଦେଓଭୋଗ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ ଛତିଶଗଡର ଫାଟକ ନିକଟରେ ପହଞ୍ଚି ଏହାର ପ୍ରତିବାଦ କରିଥିବା ବେଳେ ସେଠାକାର ପଟୁଆରୀ(ଅମିନ) ଛତିଶଗଡ ର ଜାଗା ରେ ହୋଇଥିବା ଏବଂ ଓଲଟା ଛତିଶଗଡ ଜାଗାରେ ଓଡିଶା ରାସ୍ତା ଓ ପୋଲ ନିର୍ମାଣ କରିଥିବାର ଦାବି କରୁଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରୀୟା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ସରଜମିନ ତଦନ୍ତ କରିବା ପାଇଁ ଦାବି କରିଥିଲେ। ତହସିଲଦାର ହୃଦାନନ୍ଦ ସିଂ ମାଝୀ, ଓ ଦୁଇ ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହି ଫାଟକ କରିଥିବା ଜାଗାରେ ଉକ୍ତ ସ୍ଥାନରେ ପହଞ୍ଚି ଜମି ର ମାପ ଜୁପ୍ କରିଥିଲେ। ମାପ ଜୁପ୍ କରିବା ବେଳେ ଫାଟକ ନିର୍ମାଣ ହୋଇଥିବା ସ୍ଥାନଟି ଓଡିଶା ର ବୋଲି ଜାଣିବାକୁ ପାଇଥିଲେ।
ପରେ ଛତିଶଗଡର ଦେଓଭୋଗ ଏସଡିଏମ୍ ଅନୁପମ ଆଶିସ ଟପୋ ଓ କର୍ମଚାରୀ ଆସିବା ପରେ ପୁଣି ଉଭୟ ପ୍ରଶାସନ ପକ୍ଷରୁ ମାପଜୁପ୍ କରାଯାଇଥିଲା। ମାପ ବେଳେ ଓଡିଶା ଜାଗାରେ ନିର୍ମାଣ ହୋଇଥିବା ଜଣାପଡିଥିଲା। ନଦୀ ଆରପଟେ ଫାଟକ ପାଇଁ ଜାଗା ନଥିବାରୁ ଏଠାରେ ଫାଟକ ନିର୍ମାଣ କରାଯାଇଛି। ଉକ୍ତ ଫାଟକ ନିକଟରେ ନଦୀର ଗାଧୁଆ ତୁଠ ଥିବାରୁ ସେଠାରେ ଫାଟକ ନକରିବା ପାଇଁ ଗ୍ରାମବାସୀ ଅନୁରୋଧ କରିବା ପରେ ନଦୀ ନିକଟରେ ଥିବା ଛତିଶଗଡ ର ଜାଗାରେ ଫାଟକ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତି ହୋଇଥିଲା। ତେବେ ଏନେଇ ତହସିଲଦାର ହୃଦାନନ୍ଦ ସିଂ ମାଝୀ କହିଛନ୍ତି ଛତିଶଗଡର ଉପଜିଲ୍ଲାପାଳ ଓ ତହସିଲଦାର ଆସି ସମସ୍ତଙ୍କ ଉପସ୍ଥିତିରେ ଆଲୋଚନା କରାଗଲା। ଶେଷରେ ଉକ୍ତ ଫାଟକକୁ ଛତିଶଗଡ ସୀମାକୁ ସ୍ଥାନାନ୍ତର କରି ନିଆଗଲା ଏବେ କୌଣସି ସୀମା ବିବାଦ ନାହିଁ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।