September 28, 2023

Times One Odia

Odia News Portal

ବୁଢ଼ାରାଜାଙ୍କ ଛତର ଯାତ୍ରା ଅନୁଷ୍ଠିତ

ନୂଆପଡା(ମୁକେଶ କୁମାର ଦଣ୍ଡସେନା): କେଉଁ ଆବାହମାନ କାଳରୁ ଚଳି ଆସୁଥିବା ପରମ୍ପରା ଅନୁସାରେ ଅଷ୍ଟମୀ ତିଥିରେ ବୁଢ଼ାରଜାଙ୍କର ରହିଛି କେତେକ ବିଶେଷ ନିୟମ। ଏଇ ଦିନ ବୁଢ଼ାରଜାଙ୍କର ଅସ୍ତ୍ର ଶସ୍ତ୍ର, ଖଣ୍ଡା ତରବାରୀ ଆଦି ମନ୍ଦିର ଭିତରୁ ବାହାର କରି ସ୍ଥାନୀୟ ପୋଖରୀକୁ ନିଆଯାଏ ଧୋଇବା ପାଇଁ। ଘଣ୍ଟ ଘଣ୍ଟା, ବାଜା ମହୁରୀ ସହିତ ତାଙ୍କର ବିଶେଷ ସେବକ ମାନେ ସେଇ ପୋଖରୀ କୁ ଯାଆନ୍ତି ଖଣ୍ଡା ଧୋଇବା ପାଇଁ।

ଖଣ୍ଡା ଧୋଇ ଫେରିବା ପରେ ତାଙ୍କ ମନ୍ଦିର ପ୍ରାଙ୍ଗଣ ରେ ବନ୍ଦା ପଣା କରାଯାଏ ସେଇ ସେବକମାନଙ୍କୁ। ଆଉ ତା ପରେ ସେଇଠି ପ୍ରଦର୍ଶିତ ହୁଏ ଖଣ୍ଡା ଖେଳ। ଖଣ୍ଡା ଖେଳ ସମୟରେ ସାରା ଅଞ୍ଚଳ ଫାଟି ପଡୁଥାଏ ହୁଳ ହୁଳୀ, କରତାଳି ଏବଂ ଜୟ ବୁଢ଼ାରଜା ଧ୍ବନିରେ। ଏହା ପରେ ମଧ୍ୟ ରାତ୍ର ରେ ଅନୁଷ୍ଠିତ ହୁଏ ପ୍ରଭୁଙ୍କର ନିଶୀ ପୂଜା। ଏଇ ସମୟରେ ବାହାରୁ କୌଣସି ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ କିମ୍ବା ମନ୍ଦିର ଭିତରକୁ ପ୍ରବେଶ କରିବାର ଅନୁମତି ନ ଥାଏ।

ସବୁଠାରୁ ଆକର୍ଷଣୀୟ ତଥା ବହୁ ପ୍ରତିକ୍ଷିତ ମୁହୂର୍ତ୍ତ ହେଉଛି ବୁଢ଼ାରଜା ଙ୍କ ର ଛତର ଯାତ୍ରା। ନବମୀ ଦିନ ସକାଳୁ ଭୋଗରାଗ ପୂଜାପାଠ ସରିବା ପରେ ଆରମ୍ଭ ହୁଏ ବୁଢ଼ାରଜା ଙ୍କ ର ଛତର ଯାତ୍ରା। ତାଙ୍କର ପ୍ରତ୍ୟେକ ଭକ୍ତ ମାନଙ୍କ ଘର କୁ ଯାଇ ଦର୍ଶନ ଦେଇଥାନ୍ତି ବୁଢ଼ାରଜା। ଗ୍ରାମର ଆବାଳବୃଦ୍ଧବନିତା ଛଳ ଛଳ ଆଖିରେ ଭାବ ବିଭୋର ହୋଇ ଉତ୍କଣ୍ଠାର ସହିତ ଚାହିଁ ରହିଥାନ୍ତି ପ୍ରଭୁଙ୍କର ଆସିବା ବାଟକୁ।

କୋରୋନା କଟକଣା ପାଇଁ ଏଇ ବର୍ଷ ବ୍ୟତିକ୍ରମ ହୋଇଥିଲା ଏଇ ପରମ୍ପରାର। ଘରକୁ ଘର ନ ବୁଲି ତାଙ୍କ ମନ୍ଦିର ପାଖରେ ଦର୍ଶନ ଦେଇଥିଲେ ପ୍ରଭୁ ବୁଢ଼ାରଜା।

ଆଖ ପାଖ ଅଞ୍ଚଳ, ଜିଲ୍ଲା ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ପରେ ପୁଣି ଥରେ ବୁଢ଼ାରଜା
ପ୍ରତ୍ୟା ବର୍ତ୍ତନ୍ କରିଥିଲେ ତାଙ୍କ ଆସ୍ଥାନ ଲିଙ୍ଗ ଘରକୁ।
ବାସ୍ତବରେ ବୁଢ଼ାରଜା ଙ୍କର କିମ୍ବଦନ୍ତୀ ଏବଂ ଇତିହାସ ଏକ ଗଭୀର ଅଧ୍ୟୟନ ତଥା ଗବେଷଣାର ବିଷୟ।

Leave a Reply

Your email address will not be published. Required fields are marked *