September 28, 2023

Times One Odia

Odia News Portal

ସୁନା ମୁଖୀ ନଦୀ ଜଳ ଚାଷୀଙ୍କ ପାଇଁ କାଳ

1 min read

ବ୍ରହ୍ମଗିରି(ଚିତ ରଞ୍ଜନ ମହାନ୍ତି): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସୁନା ମୁଖୀ ନଦୀ ର ପାଣି ଉପରେ ନିର୍ଭର କରନ୍ତି ୬ଟି ପଞ୍ଚାୟତର ଚାଷୀ ମାନେ ଏହି ନଦୀ ସିଧା ସମୁଦ୍ର ସହତ ମିସିଛି ସମୁଦ୍ର ଜୁଆର ସମୟରେ ଆମ୍ବପଡା ପଞ୍ଚାୟତ ଓ ପଲଙ୍କ ପଞ୍ଚାୟତ କୁ ଲୁଣ ପାଣି ମାଡି ଆସୁଛି ଫଳରେ ଚାଷଜମି ରେ ସୁନାର ଫସଲ ଉଯାଡି ଜାଉଛି ଏ ବିଷୟରେ ସ୍ଥାନୀୟ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁ ମାନଙ୍କ ପାଖରେ ଗୁହାରୀ କରି ମଧ୍ୟ କିଛି କାର୍ଯ୍ୟନୁଷ୍ଟାନ କରାଗଲାନଖହି ଫଳରେ ଶହ ଶହ ଏକର ଚାଷ ଜମି ଏବେ ପଡିଆ ପଡିରହିଚି ସ୍ଥାନୀୟ ଯୁବ ସମାଜ ସେବୀ ଶ୍ୟାମଳେନ୍ଦୁ ପ୍ରଧାନ ଜଣେ ଅବସରପ୍ରାପ୍ତ ସେନାବାହିନୀ ଜବାନ ତାଙ୍କ ନଜର କୁ ଏ ସମଶ୍ୟା ଆସିଥିଲା ସେ ତୁରନ୍ତ ପୁର୍ବତନ ସରପଞ୍ଚ ଦିବାକର ଦଳାଇ ଙ୍କୁ ଡକାଇ ସ୍ଥାନୀୟ ଚାଷୀ ମାନଙ୍କୁ ଏକାଠି କରୀ ବାଲି ବସ୍ତା ପକାଇ ଲୁଣ ପାଣୀ କୁ ବନ୍ଦ କରା ଜାଇଛି କଥା ଉଠୁଛି ଓଡିଶାରେ ମୋ ସରକାର 5T କାର୍ଯ୍ୟ କରୁଥିବା ବେଳେ ଏଠି କିନ୍ତୁ ଫଳ ଓଲେଟା କେବେ ଭାଙ୍ଗୁଛି ସରକାର ଙ୍କ ନିଦ କେବେ ତିଆରି କରାଜାଉଛି ଏଠାରେ ହେବ ସ୍ଥାୟୀ ଆନିକଟ୍ ର ବ୍ୟଵସ୍ଥା କେବେ ଚାଷି ମାନେ ଜମିରୁ କାଟିବେ ସୁନାର ଫସଲ ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *