September 26, 2023

Times One Odia

Odia News Portal

ଏଥର ବଡ଼ ଦିନରେ ସଜେଇ ହେବନି ଚର୍ଚ: ଆଶଙ୍କାରେ ଖ୍ରୀଷ୍ଟଧର୍ମାବଲମ୍ବୀ

1 min read

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଆଗକୁ ଆସୁଛି ବଡଦିନ । ଖ୍ରୀଷ୍ଟଧର୍ମାବଲମ୍ବୀ ମାନଙ୍କ ଏହା ବଡ ପର୍ବ। ବର୍ଷରେ ଥରେ ମାତ୍ର ବେଶ ହସ ଖୁସି ରେ ଆନନ୍ଦ ଉଲ୍ଳାସ ର ସହ ଜାକ ଜକ ମରେ ପାଳନ କରି ଥାନ୍ତି। ହେଲେ ଏବର୍ଷ କରୋନା କଟକଣା ପାଇଂ ସରକାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ ଗୁବ୍ ଦ୍ଵାର ଆଦି ସମସ୍ତ ଧର୍ମାନୁଷ୍ଠାନ ଆଦି ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେବାପରେ ଗତ ମାର୍ଚ୍ଚ ମାସରୁ ସମସ୍ତ ଧର୍ମାନୁଷ୍ଥାନ ବନ୍ଦ ରହିଛି । ଫଳରେ ଏବର୍ଷ ବଡ଼ ଦିନରେ ଚର୍ଚ ଖୋଲିବକି ନାହିଁ ସେ ନେଇ ଆଶଙ୍କାରେ ଅଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ।

ଚର୍ଚ ଖୋଲିବା ଲାଗି ସରକାର ଅନୁମତି ଦେଲେ ସେମାନେ ପୂର୍ବବର୍ଷ ପରି ଚର୍ଚ କୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଇବା ସହ ଖ୍ରୀଷ୍ଟମାସ ଟ୍ରି, ଗୁହାଳ ଘର ଆଦି ସଜାଇ ସମସ୍ତେ ଏକାଠି ହୋଇ ଆନନ୍ଦର ସହ ପ୍ରଭୁ ଯୀଶୁଙ୍କ ଧରାପୃଷ୍ଠକୁ ଧରାବତରଣ ପାଇଁ ପ୍ରାର୍ଥନା କରିବା ସହ ସ୍ଵାଗତ କରିଥାନ୍ତେ ବୋଲି କହିଛନ୍ତି ଖ୍ରୀଷ୍ଟଧର୍ମ।ବଲମ୍ବୀ । ତେବେ ସରକାର ଅନୁମତି ଦେବେ କି ନାହିଁ ସେ ନେଇ ଚିନ୍ତାରେ ଅଛନ୍ତି ସେମାନେ। ସରକାର ଅନୁମତି ନ ଦେଲେ ଘରେ ଘରେ ପାଳନ କରିବେ ବଡ଼ ଦିନ ଓ ନୂଆବର୍ଷ । କେବେ ଖୋଲିବ ଧର୍ମାନୁଷ୍ଠାନ ସରକାର କିଛି ସ୍ପଷ୍ଟ କରିନାହାନ୍ତି। ଏଣୁ ବଡଦିନ ଆଉ ନୂଆବର୍ଷ ଏଥରଫିକା ପଡିଯିବା ସମ୍ଭାବନା ରହିଛି । ଫଳରେ ଏବର୍ଷ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ଜିଲ୍ଲାର ଦାରିଙ୍ଗବାଡି, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ରାଇକିଆ, କନୁଆଗାଁ ଜି.ଉଦୟଗିରି, ଫିରିଙ୍ଗିଆ ଆଦି ଅଞ୍ଚଳରେ ଥିବା ଶହଶହ ଚର୍ଚ ଆଉ ସଜେଇ ହେବନି. ।
ଫଳରେ ଖ୍ରୀଷ୍ଟଧର୍ମାବଲମ୍ବୀ ଏବଠାରୁ ଦୁଃଖ ‘ ରେ ଭାଙ୍ଗି ପଡିଲେଣି,I ସରକାର ସେମାନଙ୍କ ଦ୍ଭା ବା ବେଗ ସହ ଆଉ ଖେଳ ନ ଖେଳି ବଡ଼ ଦିନ ପର୍ବ କୁ କୋଭିଡ଼ନିୟମ ମାନି ହସଖୁସିରେ ପାଳନ କରିବାକୁ ଅନୁମତି ଦେବା ଉଚିତ ବୋଲି ମତପ୍ରକାଶ ପାଉଛି। ସରକାର ଏଥିପ୍ରତି ସହୃଦୟତାର ସହ ବିଚାର କରିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ସରକାର କଣ ନିଷ୍ପତ୍ତି ନେବେ ଆଗାମୀ ଦିନରେ ଜଣାପଡିବ ।

Leave a Reply

Your email address will not be published. Required fields are marked *