September 27, 2023

Times One Odia

Odia News Portal

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଥିବା ମା’ତାରିଣୀ ମେଡ଼ିସିନ ଷ୍ଟୋରରେ ଉପଲବ୍ଧ ହେଉଛି କରୋନା ଆକ୍ରାନ୍ତଙ୍କ ପ୍ରାଥମିକ ଚିକିତ୍ସା ନିମନ୍ତେ ଔଷଧ ‘ରେମଡିସିଭର’। ବିଶ୍ୱ ମହାମାରୀ ଆତଙ୍କ ସୃଷ୍ଟି କରି ଦିନକୁ ଦିନ କାୟବିସ୍ତାର କରୁଥିବା କରୋନା ଭାଇରସର ପ୍ରାଥମିକ ଚିକିତ୍ସା ନିମନ୍ତେ ବଜାରକୁ ଆସିଲା ଔଷଧ ‘ରେମଡିସିଭର’। ସାଧାରଣରେ ସାମାନ୍ୟ ଆଶ୍ୱସ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାରେ ୩୦ଟି ଔଷଧ ଦୋକାନରେ ବିକ୍ରି ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ମୋରଡ଼ା ବଜାରରେ ଥିବା ‘ମା’ତାରିଣୀ ମେଡ଼ିସିନ ଷ୍ଟୋର’କୁ ମିଳିଛି ଅନୁମତି। ପ୍ରତ୍ୟେକ ବ୍ଲକରେ ଗୋଟିଏ ଔଷଧ ଦୋକାନକୁ ଏହି ଔଷଧ ବିକ୍ରି ପାଇଁ ଅନୁମତି ମିଳିଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ ତଥା ଡାକ୍ତର ପ୍ରେସକ୍ରିପସନ ଥିଲେ ମିଳିବ ଏହି ଔଷଧ। ତେବେ ଏହି ଔଷଧ ‘ରେମଡିସିଭର’ ବିକ୍ରି ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସର୍ତ୍ତାବଳୀ ରଖାଯାଇଥିବା ସୂଚନା ଦେଇଛନ୍ତି ମେଡ଼ିସିନ ଷ୍ଟୋର ମାଲିକ ସୌରଭରଞ୍ଜନ ମହାନ୍ତି।

Leave a Reply

Your email address will not be published. Required fields are marked *