September 26, 2023

Times One Odia

Odia News Portal

ପବ୍ଲିକ ରାଇଟ୍ ଆସୋସିଏସନ୍ ପକ୍ଷରୁ ବିଡ଼ିଓଙ୍କୁ କୋରନା ଯୋଦ୍ଧା ନେଇ ସମ୍ମାନିତ

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ପବ୍ଲିକ ରାଇଟ୍ ଆସୋସିଏସନ୍ ପକ୍ଷରୁ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଙ୍କୁ କୋରନା ଯୋଦ୍ଧା ନିମନ୍ତେ ସମ୍ମାନିତ କରାଯାଇଛି ସୋମବାର ସମିତି କାର୍ଯ୍ୟାଳୟ ମିଟିଙ୍ଗ ହଲ୍ ଠାରେ ଜିଲ୍ଲା ଲିଗାଲ୍ ସେକ୍ରେଟାରୀ ଏକ ଗୋପଳ ରାଓଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଜଗନ୍ନାଥ ସାହାଣି, ୟୁଥ୍ ସେଲ୍ ଆଲୋକ ନାୟକ,ମିଡ଼ିଆ ସେଲ୍ କୃଷ୍ଣଚନ୍ଦ୍ର ବେହେରା, ବ୍ଲକ୍ ସଭାପତି ଆଦିତ୍ୟ ସାହାଣି ଉପସ୍ଥିତ ରହି ବିଡ଼ିଓଙ୍କ ଏହି କରୋନା ମହାମାରୀ ରେ ଆଗ ଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟକୁ ଜିଲ୍ଲା ପବ୍ଲିକ ରାଇଟ୍ ଆସୋସିଏସନ୍ ପକ୍ଷରୁ ପ୍ରଶଂସା କରାଯାଇ ଥିବା ବେଳେ ଉପଢ଼ୌକନ, ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବରୁ ବ୍ରହ୍ମପୁର ବଡ ମେଡିକାଲରେ ବିଡ଼ିଓଙ୍କ ପ୍ରାଜମା ଦାନ କରିଥିବା ହେତୁ ଆସୋସିଏସନ୍ ତରଫରୁ ମଧ୍ୟ ଶ୍ରୀ ବାଣୁଆଙ୍କୁ ସାଧୁବାଦ ଜଣାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *