September 21, 2023

Times One Odia

Odia News Portal

ବିନା ଭକ୍ତରେ ପାଳିତ ହେଲା ଆମପାଣି ବୁଢାରଜାଙ୍କ ଦଶହାରା

କଳାହାଣ୍ଡି(ଦେବେନ୍ଦ୍ର ସାଗର): କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ ପୁଜା ପାଉଥିବା ପ୍ରଭୁ ବୁଢାରଜା ଦେବଙ୍କ ବାର୍ଷିକ ଦଶରା ଶନିବାର ବିନା ଭକ୍ତରେ ପାଳିତ ହୋଇଯାଇଛି। କୋଭିଡ କଟକଣାକୁ ନେଇ ଧର୍ମଗଡ ଉପଖଣ୍ଡ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ୧୪୪ ଧାରକୁ ବଲବତ୍ତ ରଖି ପୁଜାକାର୍ଯ୍ୟା ସମାପନ ହୋଇଛି। ଶନିବାର ସକାଳ ୬ ଘଣ୍ଟାରୁ ରବିବାର ୧୦ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ବିଧିରକ୍ଷା ପୂର୍ବକ ବିନା ଭକ୍ତରେ ପାଳନ ହୋଇଥିବା ବେଳେ କୌଣସି ଶ୍ରଦ୍ଧାଳୁ ଦର୍ଶନ ପାଇ ପାରି ନଥିଲେ। ପ୍ରତିବର୍ଷ ଯାତ୍ରାରେରେ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହା ସହ ମାନସିକ ଧାରୀ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଏହି ଦଶରା ଉପରେ ପ୍ରତିବନ୍ଧକ ଲଗାଇଛି। ତେଣୁ କୌଣସି ଲୋକ ଘରୁ ବାହାରି ନଥିବା ବେଳେ ଶ୍ରଦ୍ଧାଳୁ ନିଜ ଘର ଆଗରେ ରହି ଲାଠି ଶୋଭାଯାତ୍ରାକୁ ଦେଖି ନଡିଆ ଭାଙ୍ଗିଥିଲେ। ଭକ୍ତମାନେ ପ୍ରଭୁ ବୁଢାରଜାଙ୍କୁ ଦର୍ଶନ କରି ପାରିନଥିବାବେଳେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ଦେଖାଦେଇଛି। ନିଜର ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜାଙ୍କ ଦର୍ଶନ ପାଇଁ ବର୍ଷ ସାରା ଶ୍ରଦ୍ଧାଳୁ ଚାହିଁ ରହିଥାନ୍ତି। ହେଲେ ପ୍ରଶାସନର କଟକଣା ଯୋଗୁଁ ନିଜର ଅରଧ୍ୟ ଦେବତା ପ୍ରଭୁ ବୁଠାରଜାଙ୍କୁ ଦର୍ଶନ କରି ପାରି ନଥିଲେ। ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକଙ୍କ ନେତୃତ୍ୱରେ ଜୟପାଟଣା ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ, ଆମପାଣି ଥାନା ଅଧିକାରୀଣି ପୁଷ୍ପାଞ୍ଜଳି ନୀଙ୍ଗୀ ସେମତେ ଶନ୍ତି ଶୃଙ୍ଖଳା ନିମନ୍ତେ ୨ ପ୍ଲାଟୁନ ପୋଲିସ ମୁତାୟନ କରାଯାଇଥିଲା। ତେବେ ପ୍ରଥମ ଥର ପାଇ ବିନା ଭକ୍ତରେ ପ୍ରଭୂ ବୁଢାରଜାଙ୍କ ଦଶରା ସମାପନ ହୋଇଛି। ପୂଜା କମିଟି ପକ୍ଷରୁ ପ୍ରଶସନର ସମସ୍ତ ନିୟମକୁ ପାଳନ କରି ପୁଜାକାର୍ଯ୍ୟ କାରାଯାଇ ଥିବାନେଇ କମିଟିର ସଭାପତି ରୁତୁରାଜ ମାଝୀ ସୂଚନା ଦେଇଛନ୍ତି। ବୁଢାରଜା ଦେବଙ୍କ ମୂଖ୍ୟ ପୁଜକ ଫକୀର ମୋହନ ପୁଝାରୀ ବିଧି ମୁତାବକ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଥିବାବେଳେ ସଂପାଦକ ଶିତାକାନ୍ତ ନାଏକ, କୋଷାଧ୍ୟକ୍ଷ ଗଙ୍ଗାଧର ନାଏକ, ଲକ୍ଷପତି ମାଝୀ, ଦୟାନିଧି ନାଏକ, କେଶରୀ ମାଝୀ, ନିତ୍ୟାନନ୍ଦ ମାଝୀ, ତିଲୋତମା ନାଏକ, ମାଧୁରୀ ନାଏକ, ଆମପାଣି ସରପଞ୍ଚ ଟିକିଚନ୍ଦ୍ର ନାଏକ, ବିଘ୍ନେଶର ନାଏକ ଭାସ୍କର ରାଓ ପ୍ରମୂଖ ବିଭନ୍ନ କାର୍ଯ୍ୟରେ ସହ ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *