କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିଲେ ପ୍ରାଣୀ ଚିକିତ୍ସକ

ଡାବୁଗାଁ(ରବି ନାରାୟଣ ମହାନ୍ତି/ଜି ବିନୋଦ କୁମାର): ପ୍ରାଣୀ ସମ୍ପଦକୁ ରାଜ୍ୟରେ ଯେତିକି ଗୁରୁତ୍ଵ ଦିଆଯାଉଛି ସେଥିରୁ ଟିକେ ବି ଗୁରୁତ୍ଵ ପ୍ରାଣୀ ଚିକିତ୍ସକ ମାନଙ୍କୁ ଦିଆଯାଉନଥିବା ଦର୍ଶାଇ ଏଥିପାଇଁ ବିଭାଗୀୟ ଉଦାସୀନତାକୁ ପ୍ରାଣୀ ଚିକିତ୍ସକ ସେବା ସଂଘ (ଓଭସା) ଦାୟୀ କରି ଅସନ୍ତୋଷ ବ୍ୟକ୍ତ କରିଛି । ଶୁକ୍ରବାର ଠାରୁ ରାଜ୍ୟରେ କାର୍ଯ୍ୟ ରତ ପ୍ରାଣୀ ଚିକିତ୍ସକ ମାନେ କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗ ଦେଇ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ସେହି କ୍ରମରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା॰ ବିଧୂତ ଶେଖର ମିଶ୍ର ଓ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡା॰ ସାରସ୍ଵତ ସାହୁ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବାର ଦେଖା ଯାଇଛି।
ସରକାର ଯଦି ସଂଘର ଦାବି ନମାନନ୍ତି ଆସନ୍ତା ୨୭ ତାରିଖ ଠାରୁ ରାଜ୍ୟ ବ୍ୟାପୀ ପ୍ରାଣୀ ଚିକିତ୍ସକ ମାନେ ଅନଲାଇନ ପ୍ଲାଟଫର୍ମରେ ହେଉଥିବା କାର୍ଯ୍ୟକୁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ପ୍ରାଣୀ ଚିକିତ୍ସକ ମନକୁ ସରକାର କାରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ସଂଘ ଦାବି ରଖିଛି। ଏହି ଭଳି ପ୍ରାଣୀ ଚିକିତ୍ସା ସେବାରେ ପ୍ରବେଶ ପଦବୀକୁ କନିଷ୍ଠ ପ୍ରଥମ ଶ୍ରେଣୀ ମାନ୍ୟତା ଦିଆଯାଇନଥିବା ବେଳେ ବର୍ଷ ବର୍ଷ ଧରି ଯୋଗ୍ୟତାତଥା ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଉନଥିବା ଓଭସା କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ନଦେଇ ଅଧିକ କାର୍ଯ୍ୟ ଚାପ ବଢାଇବାର ମାନସିକତାକୁ ପ୍ରାଣୀ ଚିକିତ୍ସା ସେବା ସଂଘ ବିରୋଧ କରିଛି ।