September 28, 2023

Times One Odia

Odia News Portal

ବିଜୁ ଜନତା ଦଳ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଚାଲିଛି ଜନ ସଚେତନତା କାର୍ଯ୍ୟକ୍ରମ। କୋରୋନା ମହାମାରୀ କବଳରୁ ନି କୁ କିଭଳି ସୁରକ୍ଷିତ ରଖିବା, ତାର ମନ୍ତ୍ର ନେଇ ଗାଁ ଗାଁ କୁ ପହଞ୍ଚୁଛନ୍ତି ଖୋଦ୍ ବିଧାୟକ ଏବଂ ତାଙ୍କର କର୍ମିବୃନ୍ଦ। ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଚେୟାରମେନ ରାଜେନ୍ଦ୍ର ଢୋଲକିଆଙ୍କ ନେତୃତ୍ୱରେ ଅକ୍ଟୋବର ୨ ତାରିଖରୁ ଚାଲିଥିବା ଏହି ଜନ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଥିଲା ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର୍ ଗ୍ରାମରେ।

ସାମାଜିକ ଦୂରତ୍ବ ବଜାୟ ରଖି ସ୍ଥାନୀୟ ଆମ୍ବେଦକର ଛକ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସରିବା ପରେ, ଏକ ରାଲି ମାଧ୍ୟମରେ ବିଧାୟକଙ୍କୁ ସ୍ବାଗତ କରି ପାଛୋଟି ନିଆଗଲା କାର୍ଯ୍ୟକ୍ରମ ସ୍ଥଳକୁ। ଉପସ୍ଥିତ ଜନସାଧାରଣଙ୍କୁ ସଚେତନ ମୂଳକ ଉଦବୋଧନ ଦେଇଥିଲେ ବିଧାୟକ ଢୋଲକିଆ। ସର୍ବଦା ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ରହୁଥିବା ଯୋଗୁଁ ବିଧାୟକ ଶ୍ରୀ ଢୋଲକିଆ ବେଶ୍ ଲୋକପ୍ରିୟ। ଉକ୍ତ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କର ଏକ ଅଭିନବ ପ୍ରୟାସ ତାଙ୍କ ଲୋକପ୍ରିୟତାକୁ ଦ୍ଵିଗୁଣିତ କରିଦେଇଛି।

ରାସ୍ତା କଡ଼ରେ ଥିବା ଜଳଖିଆ ଦୋକାନୀମାନଙ୍କ ଜୀବନ ଜୀବିକା, କୋରୋନା କଟକଣା ସମୟରେ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ବିଧାୟକ କରିଛନ୍ତି ଏକ ସ୍ବତନ୍ତ୍ର ବ୍ୟବସ୍ଥା। ତାଙ୍କ ବାପାମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାଲିଥିବା କାଞ୍ଚନ ବେନ୍ ରସିକ ଲାଲ୍ ଚେରିତେବୁଲ୍ ଟ୍ରଷ୍ଟ ତରଫରୁ , ଜଳଖିଆ ଦୋକାନୀମାନଙ୍କୁ ବଣ୍ଟନ କରିଛନ୍ତି ଫୁଡ୍ ବାକ୍ସ।ଏହା ଦ୍ବାରା ଖାଇବା ଜିନିଷ ଧୂଳି ମଳି ମୁକ୍ତ ରହିବା ସହିତ କୋରୋନା ସମୟରେ ଜଳଖିଆ ଦୋକାନୀଙ୍କ ବେପାର ପ୍ରଭାବିତ ହେବ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ବିଧାୟକ।

କୋରୋନା ପ୍ରତିଷେଧକ ଟୀକା ନ ଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ମାସ ପିନ୍ଧିବା, ସାବୁନରେ ହାତ ଧୋଇବା ଆଦି ସଚେତନତା ବାର୍ତ୍ତା ପ୍ରତ୍ୟେକ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଏଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାଜ୍ୟ ବିଜେଡ଼ି ସମ୍ପାଦକ ଅବନୀ ରଞ୍ଜନ ଯୋଷୀ ପ୍ରକାଶ କରିଛନ୍ତି। ଉକ୍ତ ଜନସଚତନତା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଢୋଲକିଆ ଏବଂ ରାଜ୍ୟ ବିଜେଡ଼ି ସମ୍ପାଦକ ଅବନୀ ରଞ୍ଜନ ଯୋଷୀଙ୍କ ସମେତ ଯୁବ ବିଜୁ ଜନତା ଦଳର ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ଭୁଗୁଲି ସୁନାନି, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ସୂପକାର, ଗୁଣ ସାଗର ନୀଆଲ୍, ସମାଜ ସେବୀ ଗୁଡୁ ଖାନ୍, ଜହର ଲାଲ୍ ସୁନାନି, ହରିକେଶ୍ ଯାଲ୍, ନୀଳମଣି ଭୋଇ, କାଳିଆ ପ୍ରଧାନ , ମୁରଲୀ ଭୋଇ, ମଦନ ବାଗ , ନୀଳାମ୍ବର ଦଣ୍ଡସେନା ତଥା ଅନ୍ୟ କର୍ମୀ ମାନେ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *