September 28, 2023

Times One Odia

Odia News Portal

ସାବଧାନ: ଆଜି କାଲି ମହାନଦୀରେ ଖସୁଛି ଗୋଡ! କେମିତି ଖସିଲା ଅଭିନେତା ଅମ୍ଲାନଙ୍କ ପତ୍ନୀଙ୍କ ଗୋଡ? ଏହା ଦୁର୍ଘଟଣା ନା ଆଉ କିଛି…

କଟକ: ବରିଷ୍ଠ ଅଭିନେତା ମିହିର ଦାଶଙ୍କ ବୋହୂ ତଥା ଅଭିନେତା ଅମ୍ଲାନ ଦାଶଙ୍କ ପତ୍ନୀ ଭୂମିକାଙ୍କୁ ମହାନଦୀରୁ ଉଦ୍ଧାର କରାଯାଇଛି। ସେ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲରୁ ନଦୀକୁ ଡେଇଁଥିଲେ। ଫୁଲ ପକାଉଥିବା ବେଳେ ଗୋଡ ଖସି ଯାଇଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ପ୍ରକୃତ କଥା କ’ଣ ଜଣାପଡିନାହିଁ।

ସୂଚନା ଅନୁସାରେ, ରବିବାର ଅପରାହ୍ନରେ କଟକ ସହରର ଅଭିନେତା ଅମ୍ଲାନ ଦାଶଙ୍କ ପତ୍ନୀ ଭୂମିକା ମଧୁସୂଦନ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ ମାରି ହଠାତ୍‌ ମହାନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *