September 28, 2023

Times One Odia

Odia News Portal

କଟକରେ ଭଲ ଜମୁଛି ଭାଙ୍ଗ ବେପାର: ୨୧୦ କେଜି ଭାଙ୍ଗ ସହ ୩ ଗିରଫ

କଟକ: କଟକ ଚାଉଳିଆଗଂଜ ପୋଲିସକୁ ସଫଳତା । ଗତକାଲି ସୂଚନା ଆଧାରରେ ଚଢାଉ କରି ୨୧୦କିଲୋ ଭାଙ୍ଗ ସହ ଅଟୋଜବତ କରିଛି । ଭାଙ୍ଗ ଚାଲାଣ ମାମଲାରେ ୩ଜଣ ଗିରଫ ହୋଇଛନ୍ତି । ଗିରଫ ୩ ଜଣ ହେଉଛନ୍ତି ଅର୍ଜୁନ ପାସୱାନ, ପ୍ରଭାକର ମନ୍ତ୍ରୀ ଓ ଅର୍ଜୁନ ନାୟକ । ତିନି ଜଣଙ୍କ ଠାରୁ ୩ଵଳ୪ ହଜାର ଟଙ୍କା ସହିତ ମୋବାଇଲ ଫୋନ୍ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *