September 28, 2023

Times One Odia

Odia News Portal

ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ବିଡ଼ିଓ

1 min read

ବାଲିଗୁଡା(ପ୍ରମୋଦ): ଲୋକପ୍ରତିନିଧିଙ୍କୁ ବିଡ଼ିଓଙ୍କ ଅଣଦେଖା ପ୍ରତିବାଦରେ ଦୀର୍ଘ 24 ଦିନ ଧାରଣାରେ ବସିବା ପରେ ପ୍ରଶାସନ ନ ଶୁଣିବାରୁ ଆଜି ଲୋକ ପ୍ରତିନିଧି ମାନେ ବ୍ଲକ କାର୍ଯ୍ୟାଳୟ ଫାଟକରେ ତାଲା ପକାଇଲେ ବ୍ଲକର ସମସ୍ତ ଲୋକ ପ୍ରତିନିଧି l ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ସମିତି ସଭ୍ୟ ସରପଞ୍ଚଙ୍କ କଥାକୁ ନଶୁଣି ନିଜ ଇଛାରେ କାମ କରିଛନ୍ତି ଓ ଲୋକ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ଏମିତି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ଓ ଉପାଧ୍ୟାକ୍ଷା ମିନତୀ ସୁନା ସମେତ ସମସ୍ତ ପଂଚାୟତ ପ୍ରତିନିଧି l

ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ଦୁର୍ନୀତିଖୋର ଓ ଲାଞ୍ଚ ମନୋଭାବ ଯୋଗୁଁ ବ୍ଲକରେ ବିକାଶ ହୋଇପାରୁନି l ଆଦିବାସୀ ଓ ଦଳିତ ଗରିବ ଲୋକଙ୍କ ପ୍ରତି ଘୃଣାମନୋଭାବ ରହିଥିବା ଅଭିଯୋଗ ହେଉଛି l ସାତ ମାସ ପୂର୍ବରୁ ବଦଳି ସ୍ଵତ୍ତ୍ୱେ କେଉଁ କାରଣରୁ ଜ଼ିଲ୍ଲା ପ୍ରଶାସନ ବିଡିଓଙ୍କୁ ଘଣ୍ଟ ଘୋଡାଇ ରଖିଛି ବୋଲି ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଛନ୍ତି l ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ଅତିଶୀଘ୍ର ବଦଳି କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଓ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବ୍ଲକ ଅଧକ୍ଷ ସମେତ ସମସ୍ତ ପଂଚାୟତ ର ଲୋକ ପ୍ରତିନିଧି l ଏନେଇ ପ୍ରଶାସନ ଆଲୋଚନା କରିଥିଲେ ବି ସଫଳ ହୋଇନାହିଁ l ବିଡ଼ିଓ ହଟାଓ ଦାବୀରେ ଅଟଳ ରହିଛନ୍ତି ପଞ୍ଚାୟତ ପ୍ରତିନିଧି କେଉଁ କାରଣରୁ ବିଡିଓଙ୍କୁ ବଦଳି କରାଯାଉନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି l

Leave a Reply

Your email address will not be published. Required fields are marked *