ଧାନ ଖଳାରେ ବାର୍ହା ମାଂସ
1 min read
କୋମନା(ମିଥୁନ ସାଗର ଦୁରିଆ): ଧାନ ଖଳାରେ ବାର୍ହା ମାଂସ l ବିଶେଷ ସୂତ୍ର ରୁ ଖବର ପାଇ ନୂଆପଡା ଜିଲ୍ଲା କୋମନା ବନ ବିଭାଗ ମିଛାପାଲି ଗାଁର ପରମାନନ୍ଦ ମାଝୀ ଙ୍କ ଧାନ ଖଳା ରେ ଚଢ଼ଉ କରିଥିଲେ l ଚଢ଼ାଉ ସମୟ ରେ ବନ ବିଭାଗ ଆସୁ ଥିବାର ଖବର ପାଇ ଆସାମୀ ମାନେ ଘଟଣା ସ୍ଥଳ ରୁ ଚମ୍ପଟ ମାରିଥିଲେ l ଘଟଣା ସ୍ଥଳରୁ କୋମନା ବନ ବିଭାଗ ତିନି ଗୋଟି ମୃତ ବରାହ ସହ 25 କିଲୋ କଞ୍ଚା ମାଂସ, ତାଜା ରକ୍ତ 500ml, ମୋଟର ସାଇକେଲ କ୍ଲଜ ଓୟାର, ତିନୋଟି ରକ୍ତ ଜୁଡୁବୁଡୁ ଟାଙ୍ଗିଆ , ପ୍ଲାଷ୍ଟିକ ରସି 1 ବଂଡଲ, ଷ୍ଟିଲ ବାଲ୍ଟି, ଆଲୁମିନିଅମ ପତିଲା 1 ଟି, ଜବତ କରିଥିଲାl ଆସାମୀ କୁ ଧରିବା ଉଦ୍ଦେଶ୍ୟ ରେ ପୁଣି ଥରେ ବନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା l ଏହି ସମୟରେ ଉକ୍ତ ଧାନ ଖଲା ରୁ ଅଭିଯୁକ୍ତ ପରମାନନ୍ଦ ମାଝୀ କୁ ଗିରଫ କରି ଥିଲା l ଅନ୍ୟ ଦୁଇ ଜଣ ଆଭିଯୁକ୍ତ ବର୍ତମାନ ମଧ୍ୟ ଫେରାର ଅଛନ୍ତି l ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l କୋମନା ବନବିଭାଗର ଏଭଳି ଚଢ଼ାଉ କୁ ସାଧାରଣରେ ପ୍ରଂଶସା କରାଯାଇଛି.