September 27, 2023

Times One Odia

Odia News Portal

ମିଳୁନି ବ୍ୟାଙ୍କ ସେବା: ହଟହଟା ହେଉଛନ୍ତି ବରିଷ୍ଠ ନାଗରିକ

ଖଣ୍ଡପଡ଼ା(ଅଙ୍କିତା ପ୍ରିୟଦର୍ଶିନୀ): ଜାତୀୟ କରଣ ବ୍ୟାଙ୍କ ଶାଖା ଗୁଡିକରୁ ଆବଶ୍ୟକ ସେବା ଓ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଣ୍ଡପଡ଼ା ସହର ସମେତ ଖଳିସାହି, ବାହାଡା ଛକରେ ଦୀର୍ଘବର୍ଷ କାମକରି ଆସୁଥିବା ଜାତୀୟ କରଣ ବ୍ୟାଙ୍କ ଶାଖା ଗୁଡିକରୁ ଆବଶ୍ୟକ ସେବା ଓ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ଖଣ୍ଡପଡ଼ା ଅଞ୍ଚଳ ବରିଷ୍ଠ ନାଗରିକ ମାନେ। ଏପରିକି ଅନେକ ବରିଷ୍ଠ ନାଗରିକ ବ୍ୟାଙ୍କଶାଖା କାର୍ଯ୍ୟାଳୟ ମଧ୍ୟକୁ ଏବେ ପ୍ରବେଶ କରିନପାରି ବ୍ୟାଙ୍କ ସମ୍ମୁଖରୁ ଘରକୁ ଫେରିଯାଇଥିବା ଜଣାପଡିଛି। କରୋନା କଟକଣା ଯୋଗୁଁ ପ୍ରତ୍ୟେକ ବ୍ୟାଙ୍କ କର୍ତ୍ତୃପକ୍ଷ ଶାଖା କାର୍ଯ୍ୟାଳୟଗୁଡିକୁ ଅବାଧ ପ୍ରବେଶ ଉପରେ ଅଙ୍କୁଶ ଲଗାଇଛନ୍ତି। ଏପରିକି ବ୍ୟାଙ୍କ ଶାଖା କାର୍ଯ୍ୟାଳୟର ମୁଖ୍ୟ ଫାଟକ ରେ ସୁରକ୍ଷାକର୍ମୀ ଓ ପୋଲିସ କର୍ମଚାରୀମାନେ ସଦାସର୍ବଦା ଜଗି ରହୁଛନ୍ତି। ଫଳରେ ଦିନତମାମ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଆଗରେ ଜନସାଧାରଣଙ୍କ ଅସମ୍ଭବ ଭିଡ ଲାଗିରହୁଛି। ତେଣୁ ବରିଷ୍ଠ ନାଗରିକ ମାନେ ଭିଡ ଭିତରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିନପାରି ଅସୁବିଧାର ସମ୍ମୁଖୀନ ହେଉଥିବା ଖଣ୍ଡପଡ଼ା ବରିଷ୍ଠ ନାଗରିକ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏନେଇ ବ୍ୟାଙ୍କ ଶାଖା ପରିଚାଳକ ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *