ନିରୀହ ଜନସାଧାରଣଙ୍କ ବ୍ୟାଙ୍କ୍ ଜମା ଖାତାରୁ ଗ୍ରାହକ ସେବା କେନ୍ଦ୍ର କରୁଛି ହରିଲୁଟ
1 min read
ଉମରକୋଟ(ରାଜେଶ ସୁନା): ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ୍ ର ବକଦା ପଞ୍ଚାୟତ କିଛି ଲୋକ ଆଣିଛନ୍ତି ଅଭିଯୋଗ । ଖବର ମୁତାବକ ଆମେ ଯାଇ ପୋହଞ୍ଚି ଥିଲୁ ବକଦା ଗ୍ରାମ ରେ । ଦେଖିବାକୁ ମିଳିଥିଲା ଯେ କିଛି ମହିଳା ଓ ପୁରୁଷ ମାନେ ଅଭିଯୋଗ କରିଥିଲେ ସରକାର ଙ୍କ ପଦକ୍ଷେପ ରେ ବିଭିନ୍ନ ପଞ୍ଚାୟତ ଠାରେ ଚାଷୀ, ସେଠାକାର ସ୍ଥାନୀୟ ଜନସାଧାରଣ ଙ୍କ ନିମନ୍ତେ ଜନ ସେବା କେନ୍ଦ୍ର ଖୋଲାଯାଇଛି ଦୈନିକ ସେଠାରେ ବ୍ୟାଙ୍କ ପାସ୍ ବହି ଖୋଲିବା ଟଙ୍କା ପୈଠ , ଟଙ୍କା ଉଠାଣ ନିମନ୍ତେ ସୁବିଧା କରାଯାଇଛି କିନ୍ତୁ ଏହି ବକୋଦା। ଗ୍ରାମ ରେ ମିନିବ୍ୟାଙ୍କ ରହିଛି ସେଠାକାର କାର୍ଯ୍ୟରତ କର୍ମଚାରୀ ଲୋକ ଙ୍କୁ ଅପବ୍ୟବହାର କରାଯାଉଥିବା ଓ ଟଙ୍କା ପୈଠ କରିବା ହିତାଧି କାରି ଙ୍କ ଜମା ପାସବୁକ୍ ରୁ ହରିଲୁଟ କରି ଚାଲିଛନ୍ତି ଏଠାକାର ଲୋକ ମାନେ ଓସିଖିତ ସେଥି ପାଇଁ ଫାଇଦା ଉଠାଉଛନ୍ତି ଜନସେବା ଅଧିକାରୀ । ଗ୍ରାମ ବାସି କୋହିବା ଅନୁଯାୟୀ ଏହି ବ୍ୟାଙ୍କ୍ କର୍ମଚାରୀ ଲୋକେ ୧୦୦୦/ଟଙ୍କା ଉଠେଇଲେ ହିତାଧିକାରୀ ଙ୍କୁ ମିଳୁଛି ୯୦୦/ଟଙ୍କା ସେମିତି ସେ ଗ୍ରାମ ର ମହିଳା ସମତିଦାସ୍ ପନକା।
ମହିଳା ଗ୍ରୁପ୍ ଟଙ୍କା ଉଠେଇବା ନିମନ୍ତେ ୯୦୦୦/ଟଙ୍କା ଉଠେଇବା ରୁ ତାଙ୍କ ଷ୍ଟେଟମେଣ୍ଟ ରେ ୧୦,୧୦୦/ଟଙ୍କା ଦେଖାଉଛି ସେ ମହିଳା ଅଭିଯୋଗ କରିଥିଲେ କିନ୍ତୁ ସେଠାକାର କାର୍ଯ୍ୟରତ କର୍ମଚାରୀ ତମେ ମୂର୍ଖଲୋକ୍ ତମେ ବୁଝିବ ନାହିଁ କହି ସେ ମହିଳା କୁ ଘୋରକୁ ପଠେଇ ଦେଇଥିଲା । ଏଭଳି କି ଜିର ଏକାଉଣ୍ଟ୍ free ରେ ଖୋଲିବା କଥା ଏଠି ନିଆଯାଉଛି ୫୦୦/ଟଙ୍କା । ଏଠାକାର ଆଦିବାସୀ ମାନେ ଅଭିଯୋଗ କରିବାକୁ ଡରୁଛନ୍ତି କାଳେ ଆମ ପାସବୁକ ବନ୍ଦ୍ କରିଦେବେ । କାଳିଆ ଯୋଜନା ଟଙ୍କା ରେ ବି ଅଭିଯୋଗ କରିଛନ୍ତି । କେମେରା ସାମ୍ନା ରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତିି ମିନିବ୍ୟ।ଙ୍କ ପରିଚାଳକ ।ବିଭିନ୍ନ ମହଲ୍ ରେ ଚର୍ଚ୍ଚା ହେଉଛି ଏଭଳି ମିନିବ୍ୟ।ଙ୍କ ଗୁଡ଼ିକ ଠିକ୍ ସମୟରେ ଠିକ୍ ଭାବେ ତଦନ୍ତ କରାଯାଉ ।