September 28, 2023

Times One Odia

Odia News Portal

ବାଛୁରୀ ଦେଉଛି କ୍ଷୀର

ସାଲେପୁର(ଜୋତ୍ସରାଣୀ ସିଂ): ଆଶ୍ଚର୍ଯ୍ୟ ହେବାର ନାହିଁ ଘଟଣାଟି ସତ୍ୟ। ଏକ ଦେଢ଼ ବର୍ଷର ବାଛୁରୀ ବିନା ଗର୍ଭବତୀରେ କ୍ଷୀର ଦେବା ଏକ ଆଶ୍ଚଯ୍ୟର ଘଟଣା। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗାଁର। ବାହାବଳପୁର ଗାଁ ର ଜଇରାମ ବେହେରା ଙ୍କ ଏକ ଦେଢ଼ ବର୍ଷ ର ବାଛୁରୀ ବିନା ଗର୍ଭବତୀ ରେ ଦେଉଛି କ୍ଷୀର।ଜଇରାମ ବେହେରାଙ୍କ ଜର୍ସି ବାଛୁରୀ କ୍ଷେତ୍ରରେ ଏଭିଳି ଘଟଣା ଦେଖିବାକୁ ମିଳିଛି।ବାଛୁରୀଟି ଦିନକୁ ୨ଲିଟରରୁ ଉର୍ଦ୍ଧ କ୍ଷୀର ଦିଏ। ଯାହା ଶୁଣିଲେ ଆଚାର୍ଯ୍ୟ ହୋଇଯିବେ।ହେଲେ ଘଟଣାଟି ପ୍ରକୃତ ସତ୍ୟ। ଏହି କ୍ଷୀରକୁ ପରିବାର ଲୋକେ ନିଜେ ବ୍ୟବହାର କରିବା ସହ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି।ଏପଟେ ଏଭଲି ଘଟଣାକୁ ନେଇ ଆମ୍ଭେ ସ୍ତାନୀୟ ପଶୁସମ୍ପଦ ଅଧିକାରୀ ଙ୍କୁ ଭେଟିଥିଲୁ। ଏହା ଦେଶୀ ବ୍ରିଡ଼ କ୍ଷେତ୍ରରେ ଦେଖାଯାଏ ନାହିଁ। ଏବେ ଯେଉଁ ସବୁ ହାଇବ୍ରିଡ଼ ଗାଈ ର ବାଛୁରୀ ର ପ୍ରକୃତ ଗ୍ରୋଥ୍ ହେବା ଦ୍ୱାରା ସେ ବିନା ଗର୍ଭବତୀ ରେ କ୍ଷୀର ଦେଇଥାନ୍ତି। ଏଭଳିକି ଗୋଟିଏ ଗୋଟିଏ ଜର୍ସି ହାଇ ବ୍ରିଡ଼ ଗାଈ ଥରେ ଛୁଆ ଦେଲେ୩ ରୁ୪ବର୍ଷ ମଧ୍ୟ କ୍ଷୀର ଦେଇଥାନ୍ତି।ସେ ଯାହା ହେଉନା କାହିଁକି ଏଭଳି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *