କାଗଜ କଲମରେ ଚାଲିଛି ଆର୍ୟୁବେଦୀକ ଡାକ୍ତରଖାନା

ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲାରେ କାଗଜ କଲମରେ ଚାଲିଛି ଆର୍ୟୁବେଦୀକ ସ୍ୱାସ୍ଥ୍ୟସେବା, ଜିଲ୍ଲାରେ ମୋଟ ୧୬ଟି ଡାକ୍ତରଖାନା ମଧ୍ୟରୁ ୫ଟି ରେଅଛୁନ୍ତି ଡାକ୍ତର । ଫଳରେ ଡାକ୍ତର କିମ୍ବା ଫାର୍ମାସିଷ୍ଟ ନ ଥିବାରୁ ୧୧ଟିରେ ତାଲା ଝୁଲୁଛି । ସେହିପରି ୧୬ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରୁ ଅଛନ୍ତି ୩ଜଣ ଫ।ର୍ମାସିଷ୍ଟ ।
ଆର୍ୟୁବେଦିକ ମେଡିକାଲରେ ଝୁଲୁଛି ତାଲା । ଆଵଶ୍ୟକ ଡାକ୍ତର କି ଫାର୍ମାସିଷ୍ଟ ନ ଥିବାରୁ ୧୧ଟି ମେଡିକାଲରେ ତାଲ। ଝୂଲୁଛି । ଆମେ କହୁ ଛୁ କନ୍ଧମାଳ ଜିଲ୍ଲା ର ରାଇକିଆ ବ୍ଳକ ପେଟା ପାଙ୍ଗା ରେ ଥିବା ଆର୍ୟୁବେଦିକ ମେଡିକାଲ କଥା । ଜିଲ୍ଲାରେ ଥିବା ୧୬ଟି ଆର୍ୟୁବେଦିକ ମେଡିକାଲ ମଧ୍ୟରୁ ୧୧ଟିରେ ଡାକ୍ତର କି ଫାର୍ମାସିଷ୍ଟ ନାହିଁ।ନ୍ତି। ଫଳରେ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ମିଳୁନି। ମେଡିକାଲ ଆସି ଫେରୁଛନ୍ତି ରୋଗୀ । ଅର୍ଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ଆଉ ଯେଉଁଠି ଡାକ୍ତର ଅଛନ୍ତି ଡାକ୍ତରଖାନା ଖୋଲୁନି କାରଣ ଡାକ୍ତର ଆସୁନାହାନ୍ତି ।
ଖଜୁରୀପଡ଼ା ବ୍ଳକର ଆର. ନୁଆଁ ଗା ରେ ମଧ୍ୟ ଡାକ୍ତରଖାନା ର ନିଜସ୍ଵ ଘର ନ ଥିବା ରୁ ପଶୁଡାକ୍ତରଖାନାରେ ଚାଲିଛି ଡାକ୍ତରଖାନା ସେହିପରି ସେଠାରେ ପିଅନ ରୋଗୀଙ୍କୁ ମେଡିସିନ ଦେଉଥିବା ଦେଖିବାକୁ ମିଳିଛି,
କନ୍ଧମାଳ ଜିଲ୍ଲା ର ବାଡ଼ା ବାଙ୍ଗା, ଗୋଚ୍ଛାପଡ଼ା,କୁଡ଼ୁ ତୁଲି’,କଇଂ ଝର,ବିଲାବାଡି ପରି ୧୬ଟି ଡାକ୍ତରଖାନା ମଧ୍ୟ ରୁ କଇଂ ଝର ଓ ବିଲା ବାଡିରେ ନିଜସ୍ଵ ଘର ଥିବାବେଳେ ଆଉ ୧୪ଟି ସ୍ଥାନରେ ଯେ ନ ତେନ ପ୍ରକାରେ ଚାଲିଛି ଡାକ୍ତରଖାନା ।
ଏନେଇ ଫୁଲବାଣୀରେ ଥିବା ଇନଚାର୍ଜ୍ ଜିଲ୍ଲା ଆୟୁବେଦିକ ଚିକିତ୍ସାଧିକାରୀଙ୍କୁ ପଚାରିବାରେ ସେ ଡାକ୍ତର ନ ଥିବା କଥା ସ୍ଵୀକାର କରିଥିଲେ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ଖାଲି ପଡିଥିବା ଡାକ୍ତର ଓ ଫାର୍ମାସିଷ୍ଟ ପଦବୀ ପୁରାଣ କଲେ କନ୍ଧମାଳ ଜିଲ୍ଲା ର ଉପାନ୍ତ ଅଞ୍ଚଳରେ ଥିବା ଗରୀବ ଲୋକମାନେ ସ୍ଵାସ୍ଥ୍ୟସେବା ପାଇପାରନ୍ତେ।