September 21, 2023

Times One Odia

Odia News Portal

ବାଲିଗୁଡାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଡକାୟତର ଛୁରା ମାଡ଼ରେ ବ୍ଲକ କର୍ମଚାରୀ ଆହତ

ବାଲିଗୁଡା(କାଳୀ ପ୍ରସାଦ ତ୍ରିପାଠୀ): ବାଲିଗୁଡାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଛି ଗଞ୍ଜେଇ ଓ ଚୋରାମଦ କାରବାରର ହବ ପାଲଟିଛି ବାଲିଗୁଡା ସହର ଫଳରେ ଅପରାଧ ବୃଦ୍ଧି ପାଉଛି। ଥାନା ଠାରୁ ଶହେ ମିଟର ଦୂରତାରେ ଆର ଟି ଆଇ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ଦିନ ଦ୍ବି ପ୍ରହରରେ ହତ୍ୟା ଘଟଣା ମନରୁ ଲିଭିନ ଥିବାବେଳେ ପୁଣି ଥାନା ଠାରୁ ଅଳ୍ପ ଦୂରରେ ବ୍ଲକ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି ଯାହାକି ପୋଲିସର ସୁରକ୍ଷା ପ୍ରତି ଆଙ୍ଗୁଳି ନିର୍ଦେଶ ହେଉଛି। ସେପଟେ ମଙ୍ଗଳବାର ରାତି ପ୍ରାୟ 8.30 ବେଳେ ଜଣେ ଦୁର୍ବୁତ୍ତ ବିଜୟ ଲକ୍ଷ୍ମୀ ପଣ୍ଡା ନାମକ ବ୍ଲକ କର୍ମଚାରୀଙ୍କ ପଡିଶା ଘରେ ପଶି ସିନେମା ଷ୍ଟାଇଲରେ ଘରେ ପଶି ଛୁଆର ବେକରେ ଛୁରୀ ଲଗାଇ ସ୍ୟାମୀ ସ୍ତ୍ରୀଙ୍କୁ ଟଙ୍କା ସୁନା ରୁପା ମାଗିଥିଲା ପାଟିତୁଣ୍ଡ ଶୁଣି ବ୍ଲକ କର୍ମଚାରୀ ବିଜୟ ଲକ୍ଷ୍ମୀ ଆସି ଛଡେଇବାକୁ ଚେଷ୍ଟା କରୁଥିବା ବେଳେ ଛୁରୀରେ ଆକ୍ରମଣ ଶିକାର ହୋଇ ସେ ଗୁରୁତର ହୋଇଥିଲେ। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କୁ କାବୁକରି ଏକ ରସିରେ ବାନ୍ଧି ଉତ୍ତମ ମାଧ୍ୟମ ଦେଇଥିଲେ ଖବର ପାଇ ବାଲିଗୁଡା ଥାନା ପୋଲିସ ପହଂଚି ଦୁର୍ବୁତ୍ତଙ୍କୁ ଗିରଫକରି ଓ ବ୍ଲକ କର୍ମଚାରୀଙ୍କୁ ଉଦ୍ଧାରକରି ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ସ୍ଥାନୀୟ ଲୋକଙ୍କ ମାଡ଼ରେ ଦୁର୍ବୁତ୍ତ ମଧ୍ୟ ଗୁରୁତର ହୋଇଥିବାରୁ ଉଭୟଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ହେଉଛି ବାଲିଗୁଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ଡାକ୍ତର ଖାନାକୁ ଗୁରୁତର ମହିଳାଙ୍କୁ ରେଫର କରାଯାଇଛି।

Leave a Reply

Your email address will not be published. Required fields are marked *