ପ୍ରଥମେ ଟଙ୍କା ମାଗିଲେ, ପରେ ପ୍ରେମ ନିବେଦନ ଆଉ ବିଫଳ ହେବାରୁ କଲେ ଛୁରାମାଡ

ବୋଡେ଼ନ(ଦୁର୍ଯ୍ୟୋଧନ ବାଗ): ନୂଆପଡା ଜିଲ୍ଲା ବୋଡ଼େନ ସାପ୍ତାହିକ ବଜାର ଛକ ନିକଟରେ ଦୁଇ ଝିଅଙ୍କୁ ଛୁରା ମାଡ ହୋଇ ଥିବା ଅଭିଯୋଗ ହୋଇଛି। ଏହି ଦୁଇ ଝିଅଙ୍କୁ ବୋଡେ଼ନ ଥାନା ଅନ୍ତର୍ଗତ ବୋଏରଗାର ଲଲିତ ନାଏକ ନାମକ ଯୁବକ ଛୁରାମାଡ କରିଥିବା ଚର୍ଚ୍ଚା ହେଉଛି। ଚିକଲଚୁଆଁ ଗାଁର ଦୁଇ ଝିଅ କପଡା କିଣିବା ପାଇ ସନ୍ଧ୍ୟାରେଁ ବୋଡେନକୁ ଆସିଥିଲେ। ବୋଡେ଼ନରୁ ଫେରିଲା ସମୟରେ ରାସ୍ତାରେ ଲଲିତ ନାଏକ ଚନ୍ଦ୍ରିକାକୁ ପ୍ରେମ ପାଇଁ ନିବେଦନ କରିଥିଲେ। ଉକ୍ତ ଯୁବତୀ ମନା କରିବାରୁ ଉତ୍ତେଜିତ ହୋଇ ଲଲିତ ଦୁଇ ଝିଅଙ୍କୁ ଛୁରାମାଡ କରିଥିବା ଜଣାପଡ଼ିଛି। ଦୁଇ ଝିଅ ଆହାତ ହୋଇ ବର୍ତ୍ତମାନ ବୋଡ଼େନ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି। ଲଲିତ ନାଏକକୁ ବୋଡ଼େନ ପୋଲିସ ଗିରଫ କରି ବୋଡେ଼ନ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ଏହା ପ୍ରେମ ଘଟଣା କୁନେଇ ଛୁରାମାଡ ହୋଇ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।